ବିଜୟୱାଡ଼ା-ରାଂଚି କରିଡର ରାସ୍ତା ଚିହ୍ନଟକୁ ଅନୁଗୁଳରେ ବିରୋଧ : ବାଗଡ଼ିଆ, ରାଇପାଳ, ଖବରବେରେଣି ଗାଁ ଦେଇ ବାଟଗାଁକୁ ସଂଯୁକ୍ତ କରିବ କରିଡର

38

କନକ ବ୍ୟୁରୋ : ବିଜୟୱାଡ଼ା-ରାଂଚି କରିଡର ରାସ୍ତା ଚିହ୍ନଟକୁ ଅନୁଗୁଳରେ ବିରୋଧ । ଅନୁଗୁଳ ଛେଣ୍ଡିପଦା ବ୍ଲକ୍ ପାତ୍ରପଡ଼ା ପଂଚାୟତ ଖଇରବେରେଣି ଗାଁ ଦେଇ କରିଡର ରାସ୍ତା ନିର୍ମାଣ ପାଇଁ ଜମି ଚିହ୍ନଟ ହେବା ପରେ ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । ବାଗଡ଼ିଆ, ରାଇପାଳ, ଖବରବେରେଣି ଗାଁ ଦେଇ ବାଟଗାଁକୁ ସଂଯୁକ୍ତ କରିଛି ଏହି କରିଡର ।

ଏନେଇ ଜମି ଅଧିଗ୍ରହଣକୁ ଗ୍ରାମବାସୀ କଡ଼ା ବିରୋଧ କରୁଥିବାରୁ ପୂର୍ତ୍ତ ବିଭାଗ ପାଇଁ କାମ ସମ୍ପୂର୍ଣ୍ଣ କରିବା ଅସମ୍ଭବ ହୋଇପଡ଼ିଛି । ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଏସଡିଓ, ଛେଣ୍ଡିପଦା ଆଡ଼ିସନାଲ ତହସିଲଦାର ପୁଲିସ ସହାୟତାରେ ଜମି ଚିହ୍ନଟ କରିଥିଲେ । ତେବେ ଗ୍ରାମବାସୀଙ୍କୁ କୌଣସି ସୂଚନା ନଦେଇ ଜମି ଚିହ୍ନଟ କରାଯାଇଥିବାରୁ ଗ୍ରାମବାସୀ ଏହାକୁ କଡ଼ା ବିରୋଧ କରିଛନ୍ତି । ଘଟଣାସ୍ଥଳରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି ।