ଅନୁଗୁଳ ଗୁରୁଜାଙ୍ଗ ଗାଁରେ ୩ଶିଶୁ ପୁତ୍ରଙ୍କୁ କୂଅରେ ଫିଙ୍ଗିବା ଘଟଣା : ଫେରାର ମାକୁ ଗିରଫ କଲା ପୁଲିସ

24

ଅନୁଗୁଳ : ଅନୁଗୁଳ କିଶନ ନଗର ଥାନା ଗୁରୁଜାଙ୍ଗ ଗାଁରେ କୂଅରେ ୩ ଶିଶୁପୁତ୍ରଙ୍କୁ କୂଅରେ ଫିଙ୍ଗିବା ଘଟଣାରେ ମାଆ ଗିରଫ । ୩ ଶିଶୁଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ବେଳେ ଉଦ୍ଧାର ପରେ ମାଆ ଫେରାର ହୋଇଯାଇଥିଲେ । ମାଆ ଓ ୩ ପୁଅଙ୍କୁ ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ମାଆ କେଉଁଆଡେ ଚାଲିଯାଇଥିଲେ । ସଂପୃକ୍ତ ମହିଳାଙ୍କ ସ୍ୱାମୀ ୧ ମାସ ତଳେ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ ଯାଇଥିବା ପୁଲିସ କହିଛି । କେଉଁ ପରିସ୍ଥିତିରେ ଗୋଟିଏ ପରିବାରର ୪ଜଣ ଏକ ସଙ୍ଗରେ କୂଅରେ ପଡିଲେ ତାର ପ୍ରକୃତ କାରଣ ଜଣା ପଡିନାହିଁ ।