ଅନୁଗୁଳ : ତିନି ଶିଶୁପୁତ୍ରଙ୍କୁ କୂଅରେ ଫିଙ୍ଗି ମା’ ଫେରାର୍ ଅଭିଯୋଗ

26

ଅନୁଗୁଳ : ଅନୁଗୁଳ କିଶନନଗର ଥାନା ଗୁରୁଜାଙ୍ଗ ଗାଁରେ ଅଭାବନୀୟ ଘଟଣା । କୂଅରୁ ୩ଶିଶୁ ପୁତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’, ୩ଶିଶୁ ପୁତ୍ରଙ୍କୁ କୂଅରେ ଫିଙ୍ଗିଦେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ତେବେ ଶିଶୁ ପୁତ୍ରଙ୍କୁ କାହିଁକି କୂଅରେ ଫିଙ୍ଗିଲା ମା’ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବାମୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ୩ଶିଶୁ ପୁତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ୩ ଶିଶୁ ବୃନ୍ଦାବନ ବେହେରା,ସରୋଜ ବେହେରା ଓ ରୋହିତ ବେହେରାଙ୍କ ବୟସ ଯଥାକ୍ରମେ ୭ବର୍ଷ, ୪ବର୍ଷ ଓ ୭ମାସ ହେବ।