ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ହେଲିକପ୍ଟର ଯୋଗେ ଏସସିବି ପଠାଯିବ : ଅନୁଗୁଳ ଜିଲ୍ଲାପାଳ

26

ଅନୁଗୁଳ : ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ଏସସିବି ପଠାଯିବ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ । ନରାଜ ହେଲିପ୍ୟାଡରେ ଓହ୍ଲାଇବ ଏୟାର୍ ଆମ୍ବୁଲାନ୍ସ । ଏଥିପାଇଁ ନରାଜ ଠାରେ ୬ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ରିଙ୍ଗ୍ ରୋଡ ଦେଇ ଆହତକୁ ଏସସିବି ଅଣାଯିବ । ତେବେ ଏନେଇ ଏସସିବିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଲ୍ଲାପାଳ । ସେପଟେ କଂଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୧୪ ଓ ମେଡିକାଲରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ ୪ଜଣ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଥିବା ସୂଚନା ମିଳିଛି । ଆହତ ୩୦ଜଣଙ୍କୁ ଆମ୍ବୁଲାନ୍ସ ଜରିଆରେ ଆଠମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଓ ଅନୁଗୁଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ସହ ଦେଖନ୍ତୁ ଆଠମଲ୍ଲିକରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା : ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର