ପ୍ରେମ ନେଲା ଚାକିରି : ମହଙ୍ଗା ପଡିଲା ଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରେମ ନିବେଦନ

65

ଅନୁଗୁଳ : ପ୍ରେମ ନେଲା ଚାକିରୀ, ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ହଟାହଟା ହେଲେ ଶିକ୍ଷକ । ଏବଂ ଚାକିରିରୁ ଦେଲେ ଇସ୍ତଫା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଛେଣ୍ଡିପଦାରେ । ପାଟକୁମୁଣ୍ଡା ହାଇସ୍କୁଲର ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଶିକ୍ଷକ ଜଣକ ଚାକିରିରୁ ଇସ୍ତଫା ଦେବା ବିଷୟ ଚର୍ଚ୍ଚାର ବିଷୟ ହୋଇଛି ।

ଡିସେମ୍ବର ୧୮ତାରିଖ ଦିନ ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣକ ଘରେ ଜଣାଇଥିଲେ ।

ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କୁ ଏନେଇ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅବଗତ ହେବା ପରେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟିର ସଦସ୍ୟ ଶିକ୍ଷାଅଧିକାରୀ ଓ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ସ୍କୁଲରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ସ୍କୁଲ ପରିସରରେ ଏକ ବୈଠକ ବସିଥିଲା ।

ବୈଠକରେ ସମ୍ପୃକ୍ତ ଶିକ୍ଷକଙ୍କ ଇସ୍ତଫା ଦାବି କରିଥିଲେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ । ପରେ ଶିକ୍ଷକ ଜଣକ ତାଙ୍କ ଇସ୍ତଫା ପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରେ ଘଟଣାର ତଦନ୍ତ କରାଯାଇଥିଲା । ଏହାସହ ଅଭିଯୋଗକାରୀ ଛାତ୍ରୀ, ଛାତ୍ରୀଙ୍କ ବାପା, ଅଭିଯୁକ୍ତ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଗାଁର କିଛି ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :