ଅନୁଗୁଳରେ ବସ ଦୁର୍ଘଟଣା ଘଟଣା : ଆଜି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବ ୩ ଜଣିଆ ତଦନ୍ତକାରୀ କମିଟି

37

ଅନୁଗୁଳ: ଅନୁଗୁଳରେ ପୋଲ ତଳକୁ ଜହ୍ନମାମୁଁ ବସ ଓଲଟିପଡିବା ଘଟଣାରେ ତଦନ୍ତ ଜାରି ରହିଛି । ତଦନ୍ତ କମିଟି ଆଜି ଏକ ରିପୋର୍ଟ  ଜିଲ୍ଲା ପ୍ରଶାସନକୁ ଦେବ । ଉପଜିଲ୍ଲାପାଳ, ଆରଟିଓ ଏବଂ ଏସ୍ଡିପିଓଙ୍କୁ ନେଇ ତିନି ଜଣିଆ କମିଟି ଗଠିତ ହୋଇଛି । ଆଜି କମିଟି ତାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବ ।

କେମିତି ବସ୍ ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ ଦାୟୀ କିଏ ? ତଦନ୍ତ କରିବା ପରେ କମିଟି ତାର ରିପୋର୍ଟ ପ୍ରସ୍ତୁତ କରିଛି । ଗତକାଲି ଅନୁଗୁଳରେ ପୋଲ ତଳକୁ ଖସିପଡିଥିଲା ଘରୋଇ ବସ ଜହ୍ନମାମୁଁ । ୫୫ ନମ୍ବର ଜାତୀୟ ରାଜପଥର ତୁକୁଡା ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୬୦ରୁ ଅଧିକ ଆହତ ହୋଇଛନ୍ତି । ଜିଲ୍ଲାରେ ପ୍ରାୟ ଦୁଇ ମାସ ତଳେ ମାଣତ୍ରୀ ପୋଲରେ ମହାରାଜା ବସ ଦୁର୍ଘଟଣାର ଶିକାର ହୋଇଥିଲା ।