ଅନୁଗୁଳ : ପୋଲ ତଳକୁ ବସ୍ ଖସି ୫ ମୃତ, ଅନେକ ଆହତ

33

ଅନୁଗୁଳ : ପୁଣି ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ତଳକୁ ବସ୍ ଖସି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ୨ଜଣ ହେଲେ ମରୁଆ ବେହେରା ଓ ହେମନ୍ତ ସାହୁ । ଗୁରୁତରଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ କଟକ ବଡମେଡିକାଲ୍ ପଠାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଜହ୍ନମାମୁ ନାମକ ଘରୋଇ ଯାତ୍ରୀବାହୀ ବସ୍ ଅନୁଗୁଳରୁ ଆଠମଲ୍ଲିକ ଅଭିମୁଖେ ଯାଉଥିବା ସମୟରେ ଏକ ବାଇକକୁ ସାଇଡ୍ ଦେବାକୁ ଯାଇ ତଳକୁ ଖସିପଡିଥିବା ଜଣାପଡିଛି । ଏନଏଚ୍ ୫୫ ତୁକୁଡା ନିକଟରେ ବସଟିି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ପହଂଚି ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି ।