ଅନୁଗୁଳର କଣିହାରେ ମାରଣାସ୍ତ୍ର ଦେଖାଇ ୭ଲକ୍ଷ ଲୁଟ୍

48

ଅନୁଗୁଳ : ଅନୁଗୁଳର କଣିହାରେ ଏସଟିପିଆଇଏଲ୍ ଠିକାସଂସ୍ଥାର କର୍ମଚାରୀଙ୍କଠାରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ୭ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ । ଲାଲ ରଙ୍ଗର ପଲସରରେ ୩ଜଣ ଯୁବକ ଆସି ଭୟଭୀତ କରବିବା ସହ ଏହି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ କଣିହା ଥାନାରେ ଅଭିଯୋଗ କରିଛନ୍ତି ଏସଟିପିଆଇଏଲ୍ କର୍ମଚାରୀ । ପୁଲିସ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି।

vlcsnap-2016-09-14-17h13m20s223ସେପଟେ ଢ଼େଙ୍କାନାଳରେ ମଧ୍ୟ ଦିନ ଦ୍ୱିପହରରେ ଏକ ବଡ ଧରଣର ଲୁଟ୍ ହୋଇଛି । ହିନ୍ଦୋଳ ରୋଡ ୟୁକୋ ବ୍ୟାଙ୍କ୍ ଓଡାପଡା ଶାଖା ସମ୍ମୁଖରୁ ବାଇକ ଡିକି ଭାଙ୍ଗି ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ତଳବାଘଲୁଣ୍ଡା ଗାଁର ଦୟାନିଧି ସାହୁ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସିଥିଲେ । ଠିକ ଏତିିକି ବେଳେ ତାଙ୍କ ଗାଡି ଡିକି ଭାଙ୍ଗି ଦୁବୃର୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।