ଜେଲ ଗଲେ ମହାରାଜା ବସର ମହା ଖଳନାୟକ ଡ୍ରାଇଭର ବୀରେନ୍ଦ୍ର ବେହେରା

36

ଅନୁଗୁଳ : ଜେଲ ଗଲେ ମହାରାଜାର ମହା ଖଳନାୟକ । ଅନୁଗୁଳ ଆଠମଲ୍ଲିକ ଦୁର୍ଘଟଣାଗ୍ରସ୍ତ ମହାରାଜା ବସର ଡ୍ରାଇଭର ବୀରେନ୍ଦ୍ର ବେହେରାଙ୍କୁ ଆଜି ଆଠମଲ୍ଲିକ ଏସଡିଜେଏମ କୋର୍ଟରେ ହାଜର କରିଥିଲା ପୁଲିସ । ଜାମିନ ନାମଂଜୁର ହେବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଗତକାଲି ବାଇକରେ ଯାଉଥିବା ବେଳେ ଆଠମଲ୍ଲିକ ପୁଲିସ ବୀରେନ୍ଦ୍ରଙ୍କୁ ଗିରଫ କରିଥିଲା । ଦୁର୍ଘଟଣା ସମୟରେ ସେ ମୋବାଇଲରେ କଥା ହେବା କଥାକୁ ସ୍ୱୀକାର କରିଛନ୍ତି । ଗତ ଶୁକ୍ରବାର ଦିନ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ମାଣତ୍ରି ପୋଲ ତଳକୁ ଖସି ପଡିଥିଲା ବୌଦ୍ଧରୁ ଆଠମଲ୍ଲିକ ଆସୁଥିବା ମହାରାଜା ବସ । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ ।