ପୁଣିଥରେ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କଲେ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଭଉଣୀ !

21

କନକ ବ୍ୟୁରୋ : ପୈତୃକ ସମ୍ପତ୍ତିରେ ଅଧିକାର ଦାବି କରୁଥିବା ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଭଉଣୀ ପୁଣିଥରେ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି । କହିଛନ୍ତି ନିଜ ଅଧିକାର ଦାବିରେ ୧୫ ଦିନ ଧାରଣାରେ ବସିବା ପରେ ମାଆଙ୍କ ଦ୍ୱାରା ପ୍ରତିଶ୍ରୁତି ଦେଇଥିଲେ ଭାଇ । ସବୁ ସମସ୍ୟାର ସମାଧାନ କରିଦେବେ କହି ପୁଣି ପ୍ରତାରିତ କରିଛନ୍ତି । କୋର୍ଟରେ ଏକ ଇଂଜକ୍ସନ ସୁଟ କରିଛନ୍ତି ଯେ, ତାଙ୍କ ସଂପତିରେ ପ୍ରବେଶ କରିପାରିବେ ନାହିଁ ଭାଉଣୀ । ଏପରିକି ଏହି ଇଂଜକ୍ସନ ସୁଟବେଳେ କୋର୍ଟଙ୍କୁ ସେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ।

ଭଉଣୀଙ୍କୁ ଘର କିଣିବା ପାଇଁ ୨୫ ଲକ୍ଷ ଓ ନଗଦ ୭ ଲକ୍ଷ ଟଙ୍କା ଦେଇଥିବା କୋର୍ଟଙ୍କୁ ଜଣାଇଛନ୍ତି । ହେଲେ ଯେଉଁ ସମୟରେ ଏହି ଟଙ୍କା ଦିଆଯାଇଥିବା କୁହାଯାଇଛି, ସେତେବେଳେ ବିଧାୟକ ନଥିଲେ ଅନୁଭବ । ତେଣୁ ଏତେ ଟଙ୍କା ସେ କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ଦଳର ଜଣେ ବିଧାୟକ ହୋଇ ନିଜ ଭଉଣୀଙ୍କୁ ପ୍ରତାରିତ କରିଥିବା ଅନୁଭବ ପଟ୍ଟନାୟକ ସାଧାରଣ ମହିଳାଙ୍କୁ କିଭଳି ସମ୍ମାନ ଦେବେ ବୋଲି ସେ ଏକ ନୈତିକ ପ୍ରଶ୍ନ ଉଠାଇଛନ୍ତି।