ସୋସିଆଲ ମିଡିଆରେ ପରସ୍ପରକୁ କଡା ମେସେଜ ପରେ ଅନୁଭବ ଓ ବର୍ଷାଙ୍କ ପ୍ରେମଭରା ପ୍ରତିକ୍ରିୟା ! ଅନୁଭବ ଲେଖିଲେ, ସବୁଦିନ ତାଙ୍କୁ ପାଉଥିବେ ଭଲ

53

ଓଡିଆ ଚଳଚିତ୍ର ଜଗତର ସବୁଠାରୁ ହିଟ୍ ଯୋଡି ଅନୁଭବ ଓ ବର୍ଷା । ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଉଭୟ ଅନୁଭବ ଓ ବର୍ଷା ପରସ୍ପର ପ୍ରତି ତିକ୍ତତାପୂର୍ଣ୍ଣ ମେସେଜ୍ ଦେବା ପରେ ଆଜି ଉଭୟ ପରସ୍ପର ପ୍ରତି ବେଶ୍ ପ୍ରେମଭରା ବାର୍ତ୍ତା ଦେଇଛନ୍ତି । ବର୍ଷା ଲେଖିଛନ୍ତି, ସେ ତାଙ୍କ ଅନୁଭବଙ୍କୁ ଖୁବ୍ ଭଲପାଆନ୍ତି ଏବଂ କେହି ତାଙ୍କୁ ଅଲଗା କରିପାରିବେ ନାହିଁ । ସେପଟେ ଅନୁଭବ ଲେଖିଛନ୍ତି, ସେ ତାଙ୍କ ପତ୍ନୀ ବର୍ଷାଙ୍କୁ ଭଲ ପାଆନ୍ତି ଓ ସମ୍ମାନ ବି ଦିଅନ୍ତି ।

ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ବିବାହ ଏକ ପବିତ୍ର ବନ୍ଧନ ଯାହା କେବଳ ଦୁଇଜଣଙ୍କୁ ନୁହେଁ ଦୁଇଟି ପରିବାରକୁ ପରସ୍ପର ସହ ଯୋଡିଥାଏ । ମୋ ସ୍ୱାମୀଙ୍କ ସହ ସଂପର୍କକୁ ମୁଁ ସମ୍ମାନ ଦିଏ । ମୋ ସ୍ୱାମୀଙ୍କୁ ମୁଁ ଭଲପାଏ ଏବଂ କେବଳ ତାଙ୍କ ସହ ରହି ବୃଦ୍ଧ ହେବାକୁ ମୋର ଇଛା । ତାଙ୍କ ପାଇଁ ଜନ୍ମ ହୋଇଥିଲି ଏବଂ ତାଙ୍କୁ ଭଲ ପାଇବା ପାଇଁ । ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି ତାଙ୍କର ସୁଖମୟ ଜୀବନ ପାଇଁ, ଆମ ମ୍ୟାରେଜ ଉପରେ କାହାର ଖରାପ ନଜର ନପଡୁ । ଆପଣମାନେ ଆମପାଇଁ ଭଗବାନ । ଆମ ସାଙ୍ଗରେ ଯେଉଁ ପଯ୍ୟ ର୍ନ୍ତ ଆପଣମାନଙ୍କ ଭଲ ପାଇବା ଅଛି, ସେ ପର୍ଯ୍ୟନ୍ତ କେହିବି ଆମକୁ ଅଲଗା କରିପାରିବେ ନାହିଁ ।

ସେପଟେ ଅନୁଭବ କହିଲେ ମୁଁ ତୁମକୁ ଅନୁରୋଧ କରୁଛି କାହାକୁ କୌଣସି ପ୍ରକାର ଉତ୍ତରଦେବା ଦରକାର ନାହିଁ । ମୁଁ ଜାଣିଛି ତୁମେ ମୋତେ କେତେ ଭଲପାଆ ତମେ ଲେଖିଥିବା ସବୁ ଶଦ୍ଦ ମୋତେ ସ୍ପର୍ଶ କରିଛି ସବୁଥର ଭଳି । ଲୋକେ ଯାହା କହିବେ କୁହନ୍ତୁ ତୁମ ପ୍ରତି ମୋର ଭାବନା ଓ ସମ୍ମାନ କେବେ ବଦଳିବ ନାହିଁ । ପ୍ରଭୁ ଜଗନ୍ନାଥ ଆମକୁ ଆଶିର୍ବାଦ କରନ୍ତୁ । ସବୁବେଳେ ତୁମକୁ ଭଲପାଏ ।