କାହିଁକି ଚୁପ୍ ଅଛନ୍ତି ଟ୍ୱିଟମାଷ୍ଟର ବୈଜୟନ୍ତ ପଣ୍ଡା? ସରକାରୀ ଘର କଳିକୁ ନେଇ ଅନୁଭବଙ୍କ ଘନ ଘନ ଟ୍ୱିଟ୍ । କହିଲେ, ପ୍ଲାଷ୍ଟିକ୍ ମୁଖା ଭିତରେ ଥିବା ଅସଲ ଚେହେରା ଲୋକ ଜାଣନ୍ତୁ ।

ଅନୁଭବ ମହାନ୍ତି କହିଛନ୍ତି, ମୁଁ ଟ୍ୱିଟରରେ ବେଶି ସକ୍ରିୟ ନଥାଏ । ହେଲେ ମୋର ଏହି ଟ୍ୱିଟ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯିଏ କେବଳ ଟ୍ୱିଟରକୁ ନେଇ ବଂଚିଥାନ୍ତି ଓ ତାଙ୍କୁ ଟ୍ୱିଟମାଷ୍ଟର ଭାବେ ଅଭିହିତ କରାଯାଇଥାଏ । ତାଙ୍କ ଅଫିସ୍ କଣ କହୁଛି, ମୋର ତା’ପ୍ରତି ତିଳେମାତ୍ର ଚିନ୍ତା ନାହିଁ । ମୁଁ ଚାହୁଁଛି ସେ ବାସ୍ତବତାକୁ ସାମ୍ନା କରନ୍ତୁ । ବୈଜୟନ୍ତ ପଣ୍ଡା ମହୋଦୟ, ଆପଣ ସେଠାରେ ରହିବା କଣ ଆଇନ ସମ୍ମତ?

273

ସରକାରୀ ଘରକୁ ନେଇ ସାଂସଦ ଅନୁଭବ ମହାନ୍ତି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଅନୁଭବଙ୍କ ଟ୍ୱିଟ ପରେ ବୈଜୟନ୍ତ ପଣ୍ଡା ଯଦିଓ ଉତ୍ତର ରଖିଥିଲେ, ତଥାପି ବିବାଦ ଥମିବାର ନାଁ ନେଉନାହିଁ । ୧୦ଟି ଟ୍ୱିଟ କରି ପୁଣି ଅନୁଭବ ଟାର୍ଗେଟ କରିଛନ୍ତି ବୈଜୟନ୍ତଙ୍କୁ । ଟ୍ୱିଟ ମାଷ୍ଟର ବୈଜୟନ୍ତ କାହିଁକି ଏଯାଏଁ ଟ୍ୱିଟରରେ ନିଜେ ଉତ୍ତର ରଖିନାହାନ୍ତି, ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ନଜର ପକାନ୍ତୁ ଅନୁଭବଙ୍କ ସିରିଜ୍ ଟ୍ୱିଟ୍ ଉପରେ…

ଏହାରି ଭିତରେ ୨୪ ଘଂଟାରୁ ଅଧିକ ସମୟ ହୋଇଗଲାଣି, ଆଶ୍ଚର୍ଯ୍ୟ ଲାଗୁଛି, ଟ୍ୱିଟମାଷ୍ଟର ବୈଜୟନ୍ତ ପଣ୍ଡା ଏଯାଏଁ ଚୁପ୍ ଅଛନ୍ତି କାହିଁକି?

ମୁଁ ଟ୍ୱିଟରରେ ବେଶି ସକ୍ରିୟ ନଥାଏ । ହେଲେ ମୋର ଏହି ଟ୍ୱିଟ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯିଏ କେବଳ ଟ୍ୱିଟରକୁ ନେଇ ବଂଚିଥାନ୍ତି ଓ ତାଙ୍କୁ ଟ୍ୱିଟମାଷ୍ଟର ଭାବେ ଅଭିହିତ କରାଯାଇଥାଏ । ତାଙ୍କ ଅଫିସ୍ କଣ କହୁଛି, ମୋର ତା’ପ୍ରତି ତିଳେମାତ୍ର ଚିନ୍ତା ନାହିଁ । ମୁଁ ଚାହୁଁଛି ସେ ବାସ୍ତବତାକୁ ସାମ୍ନା କରନ୍ତୁ । ବୈଜୟନ୍ତ ପଣ୍ଡା ମହୋଦୟ, ଆପଣ ସେଠାରେ ରହିବା କଣ ଆଇନ ସମ୍ମତ?

ସାଂସଦ ପଦରୁ ଇସ୍ତଫା ଦେଲା ପରେ ଓ ନିର୍ବାଚନ ହାରିବା ପରେ ମଧ୍ୟ କଣ ଜଣେ ସରକାରୀ ବଙ୍ଗଳାରେ ରହିପାରିବ? ଏହା କଣ ଆଇନ ସମ୍ମତ? ଏପର୍ଯ୍ୟନ୍ତ ସେଠାରେ ରହିବାକୁ କଣ ଗୃହ କମିଟି ଆପଣଙ୍କୁ ଅନୁମତି ପ୍ରଦାନ କରିଛି?

କଣ ଜଣେ ପୂର୍ବତନ ସାଂସଦଙ୍କ (୧୩ ମାସରୁ ଅଧିକ) ଅଧିକାର ରହିଛି ଜଣେ ବର୍ତ୍ତମାନର ସାଂସଦଙ୍କୁ ସରକାରୀ ବଙ୍ଗଳା ଦେଖିବାରୁ ବଂଚିତ କରିବା ପାଇଁ? ଜଣେ ବର୍ତ୍ତମାନର ସାଂସଦ କଣ ଜଣେ ପୂର୍ବତନ ସାଂସଦଙ୍କ ଠାରୁ କିମ୍ବା ତାଙ୍କ ସୁରକ୍ଷାକର୍ମୀ ଅବା ତାଙ୍କ ବ୍ୟକ୍ତିଗତ ଅଧିକାରୀଙ୍କ ଠାରୁ ଅନୁମତି ନେଇ ସରକାରୀ ବଙ୍ଗଳା ପରିଦର୍ଶନ କରିବ, ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ କାହାକୁ ଆବଂଟନ କରାଯାଇଥିବ?

ଆପଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ରହୁଛନ୍ତି? ଓଡିଶାକୁ ଯିବା ଆଗରୁ ଆପଣ କଣ ନୂଆଦିଲ୍ଲୀର ୨ ମହାଦେବ ରୋଡ ସ୍ଥିତ ଉକ୍ତ ଘରେ ନଥିଲେ? ଉକ୍ତ ଘରକୁ ଦେଖିବାକୁ ମୁଁ ଭଦ୍ରତାର ସହିତ ଗତ ୧୦ ଦିନ ଧରି ଯାଉଛି ।

ଆପଣ କଣ ସେତେବେଳେ ନୂଆଦିଲ୍ଲୀର ୨ ମହାଦେବ ରୋଡ ସ୍ଥିତ ସେହି ଘରେ ନଥିଲେ, ଯେତେବେଳେ ମୁଁ ସରକାରୀ ବଙ୍ଗଳାକୁ ଅନୁଧ୍ୟାନ କରିବାକୁ ଯାଇଥିଲି ଓ ଆପଣଙ୍କ ନିର୍ଦ୍ଦେଶ ବଳରେ ପ୍ରତି ସମୟରେ ଆପଣଙ୍କ ସୁରକ୍ଷାକର୍ମୀ ମତେ ମନାକରିନଥିଲେ କି ଯେତେବେଳେ ମୋ ପାଖେ ଗୃହ କମିଟି ଅଧ୍ୟକ୍ଷଙ୍କ ଅନୁମତି ରହିଥିଲା?

କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ସାଧାରଣ ଲୋକଙ୍କୁ ଆପଣ (ବୈଜୟନ୍ତ ପଣ୍ଡା) ଠକିଛନ୍ତି । ମିଥ୍ୟା ଖବର ପ୍ରସ୍ତୁତ କରୁଥିବା ଲୋକଙ୍କ ବସ୍ ତୁମେ । ଏହାହିଁ ସବୁ କାରଣ, ଯେଉଁଥିପାଇଁ ଆପଣ ଏବେ ୧୩ ମାସରୁ ଅଧିକ ସମୟ ଧରି ଜଣେ ପୂର୍ବତନ ସାଂସଦ ।

ବାସ୍ତବତା ଠାରୁ ଦଉଡି ପଳାନ୍ତୁ ନାହିଁ । ଆପଣ ମିଥ୍ୟା ପ୍ରସଙ୍ଗକୁ ଟ୍ୱିଟ୍ କରିବା ଆପଣଙ୍କୁ ଭଲଲାଗେ । ଏବେ ଆଗକୁ ଆସନ୍ତୁ, ଆଉ ଓଡିଶାବାସୀ ଖାସ୍ କରି କେନ୍ଦ୍ରାପଡାବାସୀଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ । ସବୁ ଲୋକଙ୍କ ସାମ୍ନାରେ ଆପଣ ପିନ୍ଧୁଥିବା ପ୍ଲାଷ୍ଟିକ ମୁଖା ଭିତରେ ଥିବା ପ୍ରକୃତ ଚେହେରା ସମସ୍ତେ ଦେଖନ୍ତୁ ।

ଆଉ ପ୍ରସ୍ତୁତ ରୁହନ୍ତୁ, ଯେତେବେଳେ ଲୋକ ଆପଣଙ୍କୁ ପ୍ରଶ୍ନ ପଚାରିବେ, ଦିଲ୍ଲୀ ଘର କେବେ ଛାଡିବେ କି ବୈଜୟନ୍ତ ବାବୁ?

ଏଥିସହ ସ୍ପଷ୍ଟୀକରଣ ଦିଅନ୍ତୁ, ମୁଁ ଆପଣଙ୍କ ବ୍ୟକ୍ତିଗତ ସହଯୋଗୀଙ୍କୁ ଦୁର୍ବ୍ୟବହାର ଦେଖାଇଲି ନା ସେ ମତେ ଖରାପ ବ୍ୟବହାର କଲେ?

୨ ମହାଦେବ ରୋଡ ସ୍ଥିତ ସରକାରୀ ବଙ୍ଗଳାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି । ପୂର୍ବରୁ ବୈଜୟନ୍ତଙ୍କ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖି କୁହାଯାଇଥିଲା ଯେ, ବଜାର ଦର ଅନୁସାରେ ଭଡାଦେଇ ସେ କ୍ୱାର୍ଟରକୁ ବ୍ୟବହାର କରିବାକୁ ଅନୁମତି ପାଇଛନ୍ତି । କ୍ୱାର୍ଟରରେ ଥିବା ଅନେକ ଜିନିଷକୁ ସେ ନେଇଯାଇଛନ୍ତି । କିନ୍ତୁ ଘରେ ଥିବା ବଡ ବଡ ଜିନିଷକୁ ଅନ୍ୟତ୍ର ନିଆଯାଇପାରିନଥିବାରୁ ବିଳମ୍ବ ହୋଇଛି । ବ୍ୟକ୍ତିଗତ ଭାବେ ସେ କିଛି ଜିନିଷ କ୍ୱାର୍ଟରରେ ରଖିଥିଲେ । କିନ୍ତୁ ସଂପୃକ୍ତ ଅଂଚଳରେ ବ୍ୟବସାୟିକ ଗାଡି ବ୍ୟବହାର କରିବା ପାଇଁ କିଛି ପ୍ରତିବନ୍ଧକ ରହିଥିବାରୁ ଏସବୁକୁ ସ୍ଥାନାନ୍ତର କରିବାରେ ସମସ୍ୟା ହେଉଛି । ତଥାପି ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଛି । କିଛି ଦିନ ସମୟ ବଢାଇବାକୁ ସେ ଅନୁରୋଧ କରିଛନ୍ତି ।