ଆଣ୍ଟି-ଟ୍ୟାଙ୍କ ମିସାଇଲ ‘ନାଗ’ର ସଫଳ ପରୀକ୍ଷଣ : ସେନା ବାହିନୀରେ ହେବ ସାମିଲ

49

କନକ ବ୍ୟୁରୋ : ମଙ୍ଗଳବାର ଦିନ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ (ଏଟିଜିଏମ୍) ‘ନାଗ’ର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ମରୁଭୂମି ଭଳି ପରିବେଶରେ ଭିନ୍ନ ଭିନ୍ନ ସ୍ଥାନରେ ଏବଂ ସମୟ ନିର୍ଘଣ୍ଟ ସ୍ଥିର କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷା ସଫଳ ହେବା ଯୋଗୁଁ ଏହାକୁ ସେନାବାହିନୀରେ ସାମିଲ କରାଯିବାର ପଥ ପରିଷ୍କାର ହୋଇଛି ବୋଲି ଜଣେ ଅଧିକାରୀ ବୁଧବାର କହିଛନ୍ତି।

‘ଥାର୍ଡ ଜେନେରେସନ୍’ର ଫାୟାର-ଆଣ୍ଡ-ଫରଗେଟ ‘ଏଟିଜିଏମ’କୁ ବିକଶିତ କରିଛନ୍ତି ଡିଫେନସ୍ ରିସର୍ଚ ଆଣ୍ଡ୍ ଡେଭେଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆର୍ଡିଓ)।

ମଙ୍ଗଳବାର ଦିନ ହୋଇଥିବା ଫ୍ଲାଇଟ୍ ଟେଷ୍ଟରୁ ଏହାର ସାମର୍ଥ୍ୟ ପୁଣି ଥରେ ପ୍ରତିପାଦିତ ହୋଇଛି। ଏହି ପରୀକ୍ଷା ସହ ତା’ର ବିକାଶମୂଳକ ପରୀକ୍ଷା ପୂର୍ଣ୍ଣ ହୋଇଛି। ଏବେ ଏହା ସେନାବାହିନୀରେ ସାମିଲ ହେବା ପାଇଁ ପ୍ରସ୍ତୁତ ।

ମିସାଇଲ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ସିଷ୍ଟମର’ ଡାଇରେକ୍ଟର ଜେନେରାଲ୍ ଡକ୍ଟର୍ ସତୀଶ ରେଡ୍ଡି କହିଛନ୍ତି ଯେ ବିଭିନ୍ନ ପରିସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଛି।

‘ଡିଆର୍ଡିଓ’ର ଅଧ୍ୟକ୍ଷ ଏସ କ୍ରିଷ୍ଟୋଫର ନାଗ ଟିମଙ୍କୁ ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।