ଏଣିକି ଶସ୍ତାରେ ହୋଇପାରିବ ଏଚଆଇଭି ରୋଗୀଙ୍କ ଚିକିତ୍ସା : ସାରା ଦେଶରେ ସ୍ଥାପିତ ହେବ ଆଣ୍ଟି-ରେଟ୍ରୋଭାଇରାଲ ସେଣ୍ଟର

50

ସଂସଦର ପ୍ୟାନେଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏଚଆଇଭି ସଂକ୍ରମିତଙ୍କ ପାଇଁ ସାରା ଦେଶରେ ଉପଚାର କେନ୍ଦ୍ର ସ୍ଥାପିତ କରିବା ଏବଂ ତାକୁ ଯୋଡିବା ପ୍ରକ୍ରିୟାରେ ଶୀଘ୍ରତା ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କହିଛନ୍ତି । ଏହା ଦ୍ୱାରା ଏଚଆଇଭି ପ୍ରଭାବିତ ରୋଗୀଙ୍କ ଚିକିତ୍ସା ପାଇଁ ଶସ୍ତା ଓ ପ୍ରଭାବକାରୀ ଔଷଧ ଉପଲବ୍ଧ ହୋଇପାରିବ । ପ୍ୟାନେଲ ମନ୍ତ୍ରଣାଳୟକୁ ଏଚଆଇଭି ଦ୍ୱାରା ପ୍ରଭାବିତ ଗରୀବ ଲୋକ, ଅନାଥ ଓ ଅସହାୟ ପିଲାଙ୍କ ପାଇଁ ଶସ୍ତା ଆଣ୍ଟି-ରେଟ୍ରୋଭାଇରାଲ ଉପଚାର ଯୋଗାଇ ଦେବା ପାଇଁ ଏକ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ କହିଛନ୍ତି ।

ଭଗତ ସିଂହ କୋଶ୍ୟାରୀର ଅଧ୍ୟକ୍ଷତା ପ୍ୟାନେଲ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସମଗ୍ର ଦେଶରେ ଆଣ୍ଟି-ରେଟ୍ରୋଭାଇରାଲ ଉପଚାର କେନ୍ଦ୍ରଗୁଡିକୁ ଯୋଡିବାର ପରାମର୍ଶ ଦେଇଛନ୍ତି । ଏଚଆଇଭି ଦ୍ୱାରା ପୀଡିତ ରୋଗୀଙ୍କ ଉପଚାର ପାଇଁ ଶସ୍ତା ଓ ପ୍ରଭାବକାରୀ ଔଷଧ ସହଜରେ ଉପଲବ୍ଧ କରାଇବା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରୟାସକୁ ପ୍ରଶଂସା କରେ ।