“ଆରକ୍ଷଣ ବାଲା ଆଇ ସ୍ପେଶାଲିଷ୍ଟ” ଲେଖାଥିବା ଏକ ଫଟୋ ସୋଶିଆଲ ମିଡିଆରେ ହେଉଛି ଭାଇରାଲ । ନକଲି ଡାକ୍ତର କହି ଲୋକେ କରୁଛନ୍ତି ଟ୍ରୋଲ । ଜାଣନ୍ତୁ ଏହାର ସତ୍ୟତା କ’ଣ ?

66

ଆମେ ଛୋଟବେଳୁ ଦେଖିଛୁ କି, ଷ୍ଟେଥୋସ୍କୋପ୍ କୁ ଛାତି କିମ୍ବା ପିଠିରେ ଲଗାଇ ଡାକ୍ତରମାନେ ଯାଂଚ କରନ୍ତି । ଆମେ ଷ୍ଟେଥୋସ୍କୋପ୍ ର କେବଳ ଏଭଳି ବ୍ୟବହାର ହିଁ ଜାଣିଛୁ । ବୋଧହୁଏ ସେଥିପାଇଁ ଆମ ସାମନାକୁ ଏଭଳି କିଛି ଫଟୋ ବା ଭିଡିଓ ଆସିଲେ, ଯେଉଁଥିରେ ଡାକ୍ତର ଷ୍ଟେଥୋସ୍କୋପ୍ ଆଖିରେ ଲଗାଇଥିବା ଦେଖାଯାଉଛନ୍ତି । ତେବେ ଆମକୁ ଆଶ୍ଚର୍ଯ୍ୟ ଲାଗେ ଓ କୈାତୁହଳ ବି ଲାଗେ । କିନ୍ତୁ ଏପର୍ଯ୍ୟନ୍ତ ତାହା ଠିକ୍ ଅଛି । ହେଲେ ଯେବେ କେହି କହନ୍ତି କି ଆରକ୍ଷଣ କାରଣରୁ ଏମିତି ବୋକା ଡାକ୍ତର ସିଷ୍ଟମର ଅଂଶ ବିଶେଷ ହୁଅନ୍ତି, ତେବେ କଥା ଟିକେ ଅଲଗା ହୋଇଯାଏ ।

ଯେଉଁ ଫଟୋକୁ ଆପଣ ଦେଖୁଛନ୍ତି, ତାହାକୁ କିଛି ଲୋକ “ଆରକ୍ଷଣ ବାଲା ଆଇ ସ୍ପେଶାଲିଷ୍ଟ” କହି କି ସେୟାର କରୁଛନ୍ତି । ଯଦି ଆପଣ ଏହି ଫଟୋଟିକୁ ଦେଖୁଛନ୍ତି, ତେବେ କିଛି ଜରୁରୀ କଥା ଆପଣଙ୍କୁ ଜାଣିବା ଉଚିତ୍ ।

• ଏହା ପ୍ରକୃତରେ ଡାକ୍ତରୀ ଯାଂଚର ପ୍ରକ୍ରିୟା : ଅନେକ ରିସର୍ଚ୍ଚ ପରେ ରୋଗୀର ଯାଂଚର ଏକ ଏମିତି ଉପାୟ ଜଣାପଡିଛି, ଯେଉଁଥିରେ ସତସତିକା ଷ୍ଟେଥୋସ୍କୋପ୍ ଆଖିରେ ଲଗାଯାଏ । ଏହାକୁ ଅର୍ବିଟାଲ ଆସ୍କ୍ୟୁଲେସନ୍ ଟେକନିକ୍ ଅର୍ଥାତ୍ ଅର୍ବିଟ ମାନେ କକ୍ଷ ଓ ଆସ୍କ୍ୟୁଲେସନ୍ ମାନେ ଷ୍ଟେଥୋସ୍କୋପ୍ । ଏହା ଦ୍ୱାରା ଆଖିର ସମସ୍ତ ସମସ୍ୟା ବିଷୟରେ ଏହି ପ୍ରକାରରେ ଜଣାପଡେ । ବିଶେଷତଃ ଏମିତି ଯେଉଁଥିରେ ଆଖିର ଭିତର ପାଖରେ ଫୁଲିବା ବା କୈାଣସି ଅନ୍ୟ ପ୍ରକାରର କଷ୍ଟ ହେବା ।

• କେବେ କେବେ ରୋଗୀର କାନରେ ସବୁବେଳେ ଏକ ଧ୍ୱନି ପ୍ରକମ୍ପିତ ହେଉଥାଏ । ଏହାକୁ ଟିନିଟସ୍ କୁହାଯାଏ । ଏହା ବହୁତ ଅଧିକ କଷ୍ଟଦାୟକ ହୋଇଥାଏ । ଏହାର କାରଣ ଚିହ୍ନଟ କରିବା ପାଇଁ ବି ଅର୍ବିଟାଲ ଆସ୍କ୍ୟୁଲେସନ୍ ଟେକନିକ୍ ର ବ୍ୟବହାର ହୋଇଥାଏ । ଏହି ସୂଚନା ଆମେରିକାର ‘ନ୍ୟାସନାଲ ସେଣ୍ଟର ଫର୍ ବାୟୋଟେକନୋଲୋଜି ଇଫର୍ମେସନ୍’ ର ୱେବସାଇଟ୍ ରୁ ନିଆଯାଇଛି । ଏହା ଆମେରିକାର ସରକାରୀ ସ୍ୱାସ୍ଥ୍ୟ ସେବାର ଅଂଶବିଶେଷ ।

• ଆଖିର ସମସ୍ତ ରୋଗ ପାଇଁ ଅର୍ବିଟାଲ ଆସ୍କ୍ୟୁଲେସନ୍ ଟେକନିକ୍ ଉପାୟରେ ବଡ ରିସର୍ଚ୍ଚ ପରେ ଏହା ନିର୍ଦ୍ଧାରିତ କରାଯାଇଛି । କିନ୍ତୁ ଆରକ୍ଷଣକୁ ନେଇ ଏକ ଏଜେଣ୍ଡା ତିଆରି ହୋଇଛି । ଆରକ୍ଷଣରୁ ବାଦ୍ ପଡିଥିବା ଲୋକଙ୍କୁ କୈାଣସି ଭଙ୍କା ପୋଲ ଦେଖାଗଲେ, ସେମାନେ ଲେଖନ୍ତି କି ଏହି ପୋଲ ଆରକ୍ଷଣରୁ ସିଟ୍ ପାଇଥିବା ଇଂଜିନିୟରଙ୍କ ଦ୍ୱାରା ନିର୍ମିତ । ଯେତେବେଳେ ଇସ୍ରୋର ରକେଟ୍ ଫେଲ୍ ହେବ, ତେବେ କୁହନ୍ତି କି, ଆରକ୍ଷଣରୁ ସିଟ୍ ପାଇଥିବା ବୈଜ୍ଞାନିକ ରକେଟ୍ ନିର୍ମାଣ କଲେ ତାହା କେମିତି ଉଡିବ । ସେଥିପାଇଁ ଏହି ଫଟୋରେ ଲେଖାଥିବା ‘ଆରକ୍ଷଣ ବାଲା ଆଇ ସ୍ପେଶାଲିଷ୍ଟ’ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ହୁଏନି । ।

ଏହି ଫଟୋଟି ଭୀମ ଭୋଇ କଲେଜ୍ ବଲାଙ୍ଗୀରର ମେଡିସିନ୍ ଓପିଡିରୁ ନିଆଯାଇଛି ବୋଲି ଖରପ ମନୋବୃତ୍ତି ସମ୍ପନ୍ନ ଜଣେ ଡାକ୍ତର ଏହାକୁ ସେୟାର କରିଛନ୍ତି । ଅନ୍ୟ କିଛି ଡାକ୍ତର ଅଛନ୍ତି , ଯେଉଁମାନେ କହୁଛନ୍ତି କି ଏହାକୁ ଖରାପ ସନ୍ଦର୍ଭରେ ସେୟାର କରାଯାଇଛି ।