ଆଇସିସିର ବଡ ନିଷ୍ପତି । ବିଶ୍ୱକପ ସମୟରେ ପ୍ରତ୍ୟେକ ଟିମ୍ ସହ ହୋଟେଲରେ ରହିବେ ଏହି ଅଧିକାରୀ, ଖେଳାଳିଙ୍କ ଉପରେ ରଖିବେ ତୀକ୍ଷ୍ମ ନଜର

332

ବିଶ୍ୱକପ କ୍ରିକେଟ ଟୁଣ୍ଣାମେଣ୍ଟ ଉପରେ ଏବେ ପ୍ରତି ଦଳର ନଜର । ବିଶ୍ୱବିଜେତା ହେବା ପାଇଁ ଏବେଠୁ ପ୍ରସ୍ତୁତ ହେଉଛି ରଣନୀତି । ମୋଟ ୧୦ଟି ବିଶ୍ୱକପରେ ଭାଗ ନେଉଥିବା ବେଳେ ପ୍ରତି ଦଳ ଅନ୍ୟ ଦଳ ବିପକ୍ଷରେ ଥରେ ଲେଖାଏଁ ମୈଦାନକୁ ଓହ୍ଲାଇବ । ଏଭଳି ସ୍ଥିତିରେ ବିଶ୍ୱକପର ପ୍ରତି ମ୍ୟାଚ ଉପରେ ବିଭିନ୍ନ ଟିମର ନଜର ରହିବ । ଆଉ ପ୍ରତ୍ୟେକ ଟିମ ଉପରେ ଆଇସିସିର ନଜର ରହିବ ।

ବିଶ୍ୱକପକୁ ଦୁର୍ନୀତିମୁକ୍ତ କରିବାକୁ ଆଇସିସି ବଡ ନିଷ୍ପତି ନେଇଛି । ବିଶ୍ୱକପରେ ଫିକ୍ସିଂ ରୋକିବାକୁ ଆଇସିସି ଚଳିତ ଥର ବଡ ପଦକ୍ଷେପ ହାତକୁ ନେଇଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ପ୍ରତ୍ୟେକ ଟିମ୍ ସହ ଜଣେ ଲେଖାଏଁ ଭଷ୍ଟ୍ରାଚାର ନିରୋଧୀ ଅଧିକାରୀ ରହିବେ ବୋଲି ନିଷ୍ପତି ନେଇଛି । ଅଭ୍ୟାସ ମ୍ୟାଚରୁ ଆରମ୍ଭ କରି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଏହି ଅଧିକାରୀ ମାନେ ପ୍ରତି ଟିମ ସହ ରହିବେ । ଏପରିକି ଯେଉଁ ହୋଟେଲରେ ଟିମ ରହିବ ସେହି ହୋଟେଲରେ ଏହି ଅଧିକାରୀ ମାନେ ମଧ୍ୟ ରହିବେ । ଖେଳାଳିଙ୍କ ପ୍ରତିଟି ଗତିବିଧି ଉପରେ ଏହି ଅଧିକାରୀମାନଙ୍କର ନଜର ରହିବ । ଅଭ୍ୟାସରୁ ଆରମ୍ଭ କରି ମ୍ୟାଚ୍ ପର୍ଯ୍ୟନ୍ତ ପ୍ରତି ସ୍ଥାନରେ ଏହି ଅଧିକାରୀମାନେ ଖେଳାଳିଙ୍କ ସହ ରହିବେ ।

ଏହାପୂର୍ବରୁ ଆଇସିସି ଏହି ଅଧିକାରୀମାନଙ୍କୁ ମ୍ୟାଚ୍ ହେଉଥିବା ଭେନ୍ୟୁରେ ମୁତୟନ କରୁଥିଲା । ଯେଉଁଥିପାଇଁ ଟିମ ଗୁଡିକୁ ଟୁର୍ଣ୍ଣାମେଣ୍ଟ ସମୟରେ ବିଭିନ୍ନ ଅଧିକାରୀଙ୍କ ଠାରୁ ଅନୁମତି ଆଣିବାକୁ ପଡୁଥିଲା । କିନ୍ତୁ ଚଳିତ ଥର ଏହି ଧାରାରେ ବ୍ରେକ ଲଗାଇଛି ଆଇସିସି । ନୂଆ ପଦକ୍ଷେପ ସ୍ୱରୂପ ପ୍ରତ୍ୟେକ ଟିମ ସହ ଜଣେ ଲେଖାଏଁ ଭଷ୍ଟ୍ରାଚାର ନିରୋଧୀ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିଷ୍ପତି ନେଇଛି ।