ବୟସର ଛାପ ଦେଖିବାକୁ ମିଳିବ ନାହିଁ ! କରନ୍ତୁ ଏହି ବ୍ୟାୟାମ . . .

97

ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ନିଜ ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଆଉ କେତେକ ନାନାପ୍ରକାରର ଆଣ୍ଟି-ଏଜିଙ୍ଗ୍‌ ପ୍ରଡ଼କ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଯେଉଁମାନେ କେବଳ ବ୍ୟାୟାମ ଜରିଆରେ ଏହାକୁ ହାସଲ କରିବାକୁ ଚାହାଁନ୍ତି ସେମାନଙ୍କ ଲାଗି ଏହି ଟିପ୍ସ ।

ପ୍ରଥମଟି ହେଲା ଆଖିର ବ୍ୟାୟାମ୍‌ । ଏଥିପାଇଁ ଆପଣ ଆପଣଙ୍କ ମୁଣ୍ଡକୁ ସିଧା ରଖନ୍ତୁ ଏବଂ ବିନା ମୁୁଣ୍ଡକୁ ହଲାଇକରି ଆଖିର ସହାଯ୍ୟରେ ଡ଼ାହାଣ ପାର୍ଶ୍ୱକୁ ଦେଖନ୍ତୁ ଏବଂ ପୁଣି ଥରେ ଓ ବାମ ପାର୍ଶ୍ୱକୁ ଦେଖିବାକୁ ଚେଷ୍ଟା କରନ୍ତୁ । ତେବେ ପ୍ରଥମେ ପ୍ରଥମେ ଏହାକୁ କରିବା ପାଇଁ ଆପଣଙ୍କୁ କଷ୍ଟ ଲାଗିପାରେ । ହେଲେ ନିୟମିତ ରୂପରେ ଏପରି ବ୍ୟାୟମ କରିଲେ ଆପଣଙ୍କର ଅଭ୍ୟାସ ହୋଇଯିବ । ଏହା ଆପଣଙ୍କ ଯୌବନକୁ ଅପରିବର୍ତ୍ତିିତ ରଖିବ ।

ଅନ୍ୟ ଏକ ବ୍ୟାୟାମ ହେଲା ଗାଲର ବ୍ୟାୟାମ । ଏହି ବ୍ୟାୟାମ ଗାଲ ସାହାଯ୍ୟରେ କରିବାକୁ ହେବ । ଆପଣଙ୍କୁ ପ୍ରଥମତଃ ଅଧିକ ସମୟ ଧରି ନିଶ୍ୱାସ ନେବାକୁ ପଡ଼ିବ । ଏହାପରେ ଆପଣ ଆପଣଙ୍କ ମୁହଁକୁ ଯେତେ ପରିମାଣରେ ଚାହୁଁଛନ୍ତି,ସେତେ ପରିମାଣରେ ଫୁଲାନ୍ତୁ । ତେବେ ଏହି ଅଭ୍ୟାସଟିକୁ ଆପଣଙ୍କୁ ୩୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ କରିବାକୁ ହେବ । ଏହାପରେ ଆପଣ ଆପଣଙ୍କର ନାକର ସହାୟତାରେ ନିଃଶ୍ୱାସ ଛାଡ଼ି ଦିଅନ୍ତୁ । ଏହା ଆପଣଙ୍କ ଗାଲର ତ୍ୱଚାକୁ ଟାଇଟ୍‌ ରଖିବ ଏବଂ ଆପଣଙ୍କ ହସିବା ସମୟରେ ମଧ୍ୟ ତ୍ୱଚାର ଲୋଚାକୋଚା ଅଂଶ ଦେଖାଯିବାକୁ ଦେବ ନାହିଁ । ଫଳତଃ ସହଜରେ ଆପଣଙ୍କଠାରେ ବୟସର ଛାପ ଦେଖିବାକୁ ମିଳିବ ନାହିଁ ।