ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପୃଥିବୀର ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଏହାଫଳରେ ଆଣ୍ଟାର୍କଟିକାରେ ଭାସୁଥିବା ଫ୍ରାନ୍ସ ର ସବୁଠୁ ବଡ ବରଫଖଣ୍ଡ, ଖୁବ ଶୀଘ୍ର ତରଳିବାର ଆଶଙ୍କା ରହିଛି । ଆଉ ଏପରି ହେଲେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାର ବହୁତ ସମ୍ଭାବନା ରହିଛି ।

ବୈଜ୍ଞାନିକ ମାନେ କହିଛନ୍ତି ଯେ, ଟଟ୍ରିନ ଗ୍ଲେସିୟର ଆଣ୍ଟାର୍କଟିକାର ସବୁଠୁ କ୍ଷୀପ୍ର ବେଗରେ ଭାସୁଥିବା ଏବଂ ସବୁଠାରୁ ବଡ ବରଫଖଣ୍ଟ । ତେଣୁ ଏହି ଗ୍ଲେସିୟର କିଭଳି ଭାବରେ ତରଳିବ ତାହା ଉପରେ ବୈଜ୍ଞାନିକ ମାନେ ତୀକ୍ଷଣ ନଜର ରଖିଛନ୍ତି । ଗବେଷକମାନେ ପ୍ରଥମେ ଯାହା ଭାବିଥିଲେ, ତାଠାରୁ ବହୁତ ବଡ ଆକାରରେ ଏହି ଗ୍ଲେସିୟର ଭାସୁଛି । ଗବେଷଣାରୁ ଜଣାପଡିଛି ଯେ, ଟଟ୍ରିନ ଗ୍ଲେସିୟରର କିଛି ଅଂଶ ଗ୍ରୀଷ୍ମ ଆଗରୁ ହିଁ ତରଳିବାରେ ଲାଗିଲାଣି ।

ସେଣ୍ଟ୍ରାଲ ୱାସିଙ୍ଗଟନ୍ ୟୁନିଭରସିଟିର ପଲ ବିନବେରୀ କହିଛନ୍ତି ଯେ, ଜଳବାୟୁରେ ହେଉଥିବା ପରିବର୍ତ୍ତନ ପାଇଁ ଏହି ଗ୍ଲେସିୟର ଅଧିକ ସମ୍ବେଦନଶୀଳ ଅଟେ । ଗ୍ଲେସିୟର ବରଫର ଏକ ବିଶାଳକାୟ ଅଂଶ ଅଟେ । ଯାହାକି ବର୍ଷ ବର୍ଷ ଧରି ଧିରେ ଧିରେ ପାହାଡ, ଘାଟି ଏବଂ ପାର୍ବତ୍ୟାଞ୍ଚଳ ଆଡକୁ ଯାଇଥାଏ । ଏହି ଗ୍ଲେସିୟର ପୃଥିବୀର ସ୍ୱଚ୍ଛ ଜଳର ବଡ ପରିମାଣ ଅଟେ । ଆଉ ଯେତେବେଳେ ଏହା ତରଳିଥାଏ, ସମୁଦ୍ରର ସ୍ତର ବଢିବାରେ ଲାଗିଥାଏ ।

ନାସାର ରିପୋର୍ଟ ମୁତାବିକ, ୨୦୦୨ ରୁ ୨୦୧୬ ମଧ୍ୟରେ ଆଣ୍ଟାର୍କଟିକାରେ ପ୍ରତିବର୍ଷ ୧୨୫ ଜିଗାଟନ୍ ବରଫ ତରଳିଥାଏ । ଯେଉଁଥିପାଇଁ ଦୁନିଆସାରା ସମୁଦ୍ରର ଜଳସ୍ତର ବାର୍ଷିକ ୦.୩୫ ମିଲିମିଟର ବଢିଛି ।