ବନ୍ଧୁ ନେଲା ବନ୍ଧୁର ଜୀବନ : ଫିଟିଲା ୨୯ ଜୁଲାଇ ଅଂଶୁପା ହତ୍ୟାକାଣ୍ଡର ଗୁମର

27

କନକ ବ୍ୟୁରୋ : ଜୁଲାଇ ୨୯ ଅଂଶୁପା ହତ୍ୟାକାଣ୍ଡ ଉପରୁ ହଟିଛି ପରଦା । ଯୁବକଙ୍କ ମୃତ୍ୟୁ ପଛରେ ତାଙ୍କ ବନ୍ଧୁର ହାତ ଥିବା ସ୍ପଷ୍ଟ କରିଛି ପୁଲିସ । କଟକ ତିଗିରିଆ ଥାନା ନୂଆପାଟଣା ଅଂଚଳର ମୃତ ସନାତନ ବର୍ଦ୍ଧନଙ୍କ ଫୋନକୁ ଟ୍ରାକ କରି ଅଭିଯୁକ୍ତ ମାନସ ରାଉତ ଓ ତାଙ୍କର ଜଣେ ସଂପର୍କୀୟ ଭାଇଙ୍କୁ ଗିରଫ କରିଛି ବାଙ୍କି ପୁଲିସ । ତେବେ ଏକ ଚୋରୀ ଘଟଣାକୁ ନେଇ ଦୁଇ ବନ୍ଧୁ ସନାତନ ଓ ମାନସଙ୍କ ମଧ୍ୟରେ ହୋଇଥିବା ବଚସାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଛି ।

ସନାତନ ଓ ମାନସଙ୍କ ମଧ୍ୟରେ ହୋଇଥିବା ସାମନ୍ୟ ଝଗଡା ଧିରେ ଧିରେ ଉଗ୍ରରୂପ ଧାରଣ କରିଥିଲା । ଶେଷରେ ସନାତନକୁ ରାସ୍ତାରୁ ହଟେଇବା ପାଇଁ ମନେ ମନେ ସ୍ଥିର କରିଥିଲା ମାନସ । ସଂପର୍କୀୟ ଭାଇର ସହୟତାରେ ସନାତନଙ୍କୁ ମାରିବା ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଥିଲା ମାନସ । ଯୋଜନା ମୁତାବକ ଅଂଶୁପା ନିକଟରେ ଭୋଜି ପାଇଁ ସନାତନଙ୍କୁ ଡାକିଥିଲେ । ପରେ ସେଠାରେ ସେମାନେ ସନାତନଙ୍କ ମଦରେ ବିଷ ମିଶାଇ ଦେଇଥିଲ । ଯାହାକୁ ପିଇବା ପରେ ଘଟଣାସ୍ଥଳରେ ହିଁ ସନାତନଙ୍କ ମୃତ୍ୟୁ ହୋଇଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତକଙ୍କ ଫୋନକୁ ନେଇଯାଇଥିଲେ ଅଭିଯୁକ୍ତ । ସେହି ଫୋନକୁ ଟ୍ରାକ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଇପିସି ଧାରା ୨୦୭ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ବାଙ୍କି ପୁଲିସ ।