କ୍ୟାପଟେନ କୋହଲିଙ୍କ ବିରଳ ରେକର୍ଡ ! ଗୋଟିଲ କ୍ୟାଲେଣ୍ଡର ବର୍ଷରେ ୧୦ଟି ଶତକ ସହ ଭାଙ୍ଗିଲେ ପଣ୍ଟିଂ ଓ ସ୍ମିଥଙ୍କ ରେକର୍ଡ

26

କନକ ବ୍ୟୁରୋ : ନାଗପୁର ଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ଟେଷ୍ଟର ତୃତୀୟ ଦିନରେ ଭାରତର ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି । ଶତକ ହାସଲ ସହ କୋହଲି ବହୁ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ଆଜି ଦମଦାର ପାଳି ଖେଳି ବିରାଟ କୋହଲି ହାସଲ କରିଛନ୍ତି ଟେଷ୍ଟ କ୍ୟାରିଅରର ୧୯ ତମ ଶତକ । ଶହେ ରନ ପୁରଣ ପାଇଁ ବିରାଟ ସାମ୍ନା କରିଥିଲେ ୧୩୦ଟି ବଲ । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରର ଏହି ୫୧ ତମ ଶତକ ହାସଲ ସହ ବିରାଟ କୋହଲି ଏପରି ରେକର୍ଡ କରିଛନ୍ତି ଯାହା କୌଣସି ଭାରତୀୟ କ୍ରିକେଟର କରିନଥିଲେ ।

ଭାରତୀୟ ଅଧିନାୟକ ଭାବେ ୧୨ଟି ଶତକ ଅର୍ଜନ କରି ସୁନୀଲ ଗାଭାସ୍କରଙ୍କ ରେକର୍ଡକୁ ସେ ଭାଙ୍ଗିଛନ୍ତି । ଗାଭାସ୍କର ଅଧିନାୟକ ଭାବେ ମୋଟ ୧୧ଟି ଟେଷ୍ଟ ଶତକ ଓ ପୂର୍ବତନ ଅଧିନାୟକ ଆଝାରୁଦ୍ଦିନ ୯ଟି ଟେଷ୍ଟ ଶତକ ହାସଲ ରେକର୍ଡ କରିଥିଲେ । ଅନ୍ୟପଟେ ଅଧିନାୟକ ଭାବେ ଗୋଟିଏ ବର୍ଷରେ କ୍ରିକେଟର ସବୁ ଫର୍ମାଟରେ ୧୦ଟି ଶତକ ହାସଲ କରି ବିରାଟ କୋହଲି ବିଶ୍ୱ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଗୋଟିଏ ବର୍ଷରେ ୯ଟି ଶତକ ହାସଲ କରି ଏହି ବିରଳ ରେକର୍ଡର ଅଧିକାରୀ ରହିଥିଲେ ଅଷ୍ଟ୍ରଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ପୂର୍ବରୁ ୨୦୦୫-୦୬ କ୍ୟାଲେଣ୍ଡର ବର୍ଷରେ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟି ଓ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରାଏମ ସ୍ମିଥ ୯ଟି ଲେଖାଏର୍ ଶତକ ମାରି ରେକର୍ଡ କରିଥିଲେ ।