ମାଲକାନଗିରିରେ ନିର୍ବାଚନୀ ହିଂସା ! କଂଗ୍ରେସ କର୍ମୀଙ୍କୁ ଘରୁ ଉଠାଇ ନେଇ ହତ୍ୟା ଅଭିଯୋଗ

22

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ହିଂସା ମଧ୍ୟ ସେତିକି ଉଗ୍ର ହେଉଛି । ଢେଙ୍କାନାଳ ତରଭାରେ ବିଜେପି କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ସରଗରମ ଥିବା ବେଳେ ମାଲକାନଗିରିରେ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସପନ ବାବାଲିଙ୍କୁ ଘରୁ ଉଠାଇ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ତାଙ୍କୁ କେହି ଦୁର୍ବୃତ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସପନଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ମାଲକାନଗିରିରେ ଉତ୍ତେଜନା ଦେଖାଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-