ଆମେରିକାରେ ଘନଉଛି ବର୍ଣ୍ଣବୈଷମ୍ୟ ! ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା

39

କନକ ବ୍ୟୁରୋ : ବିଦେଶରେ ଅସୁରକ୍ଷିତ ଭାରତୀୟ । ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା । ଇଂଜିନିୟର ଶ୍ରୀନିବାସଙ୍କ ହତ୍ୟାର ଦିନ କେଇଟା ପରେ ଆଉ ଜଣେ ଭାରତୀୟଙ୍କୁ ଆମେରିକାରେ ହତ୍ୟା କରାଯାଇଛି । ଲାଙ୍କଷ୍ଟର ଅଂଚଳରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ହର୍ନିସ ପଟେଲ । ହର୍ନିସ ଦୋକାନ ବନ୍ଦ କରି ଫେରୁଥିବା ବେଳେ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଯାଇଛି । ଗତ ସପ୍ତାହରେ ଇଂଜିନିୟର ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା ।