ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରେ ଆଉ ଜଣେ ବ୍ୟବସାୟୀ ଦେଶ ଛାଡି ଚମ୍ପଟ୍ ! ଷ୍ଟର୍ଲିଂ ବାୟୋଟେକର ମାଲିକ ନିତିନ୍ ସନ୍ଦସେରା ୫ ହଜାର କୋଟି ଋଣ ନେଇ ଫେରାର୍ ।

3

କନକ ବ୍ୟୁରୋ : ବିଜୟ ମାଲ୍ୟା, ନିରବ ମୋଦିଙ୍କ ପରେ ଏବେ ନୀତିନ୍ ସନ୍ଦସେରା । ଏକ ଫର୍ମା କଂପାନୀର ମାଲିକା ଥିବା ସନ୍ଦସେରା, ଦେଶର ବିଭିନ୍ନ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଋଣ ନେଇ ଫେରାର୍ ହୋଇଯାଇଛନ୍ତି । ଦେଶର ଟଙ୍କାକୁ ହଡପ୍ କରି ଏବେ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଘୁରି ବୁଲୁଛନ୍ତି । ଗତ ଅଗଷ୍ଟ ମାସରେ ଦୁବାଇରେ ଥିବା ନୀତିନ୍ ଏବେ ନାଇଜେରିଆ ଲୁଚି ରହିଥିବା ଅନୁମାନ କରାଯାଉଛି । ଏପଟେ ତାଙ୍କ ଫାର୍ମା କଂପାନୀର ବିଭିନ୍ନ ଶାଖାରେ ଇଡି ଓ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରାୟ ୫ ହଜାର କୋଟିର ସଂପତିକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଆଟାଜ୍ କରି ତଦନ୍ତ ଜାରି ରଖିଛି ।

ଚୁନା ଲଗାଇଲେ ବ୍ୟବସାୟୀ । ୫ ହଜାର କୋଟି ଋଣ ନେଇ ଫେରାର୍ । ଦେଶର ଟଙ୍କା ଲୁଟି ଫେରାର୍ ମାରିବାରେ ବିଜୟ ମାଲ୍ୟା ଓ ନିରବ ମୋଦିଙ୍କୁ ବି ପଛରେ ପକାଇ ଦେଇଛନ୍ତି ବରୋଦାର ଏହି ବ୍ୟବସାୟୀ  । ନାଁ- ନୀତିନ୍ ସନ୍ଦସେରା । ମାଲିକ-ଷ୍ଟେରର୍ଲିଂ ବାଓଟେକ୍ ଫାର୍ମା କଂପାନୀ । ଗୁଜୁରାଟର ଏହି ବ୍ୟବସାୟୀ ବେନାମୀ କଂପାନୀ ଖୋଲି, ବିଭିନ୍ନ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଋଣ ନେଇ ଏବେ ଫେରାର୍ ହୋଇଯାଇଛନ୍ତି ।

ଗତ ଅଗଷ୍ଟ ମାସରେ ଦୁବାଇରେ ନଜର ଆସିଥିବା ନୀତିନ୍, ପରିବାର ସହ ନାଇଜେରିଆ ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଛି । ଭାଇ ଚେତନ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ସେ ନାଇଜେରିଆରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ନାଇଜେରିଆ ସହ ଭାରତର ପ୍ରତ୍ୟାର୍ପଣ ଯୁକ୍ତି ନଥିବାରୁ ଲୁଚି ରହିବା ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ସେ ଏଭଳି କରିଥିବା କୁହାଯାଉଛି ।

ନିତିନଙ୍କ ସମେତ କମ୍ପାନୀର ଅନ୍ୟ ଦୁଇ ନିର୍ଦ୍ଦେଶକ ଭାଇ ଚେତନ ଓ  ସଂପର୍କୀୟ ଭଉଣୀ ଦୀପ୍ତି ସନ୍ଦସେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେହିପରି ନିତିନ୍ ସନ୍ଦସେରା ଗ୍ରୁପର ୪ହଜାର ୭ଶହ କୋଟି ଟଙ୍କାର ସଂପତିକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଆଟାଜ୍ କରିଛି । ଏହି ମାମଲାରେ ଜୁନ୍ ମାସରେ ପୂର୍ବତନ ଆନ୍ଧ୍ର ବ୍ୟାଙ୍କ ଡାଇରେକ୍ଟର ଅନୁପ ଗର୍ଗ ଓ ଦିଲ୍ଲୀର ବ୍ୟବସାୟୀ ଗଗନ ଧାୱାନଙ୍କୁ ଗିରଫ କରିଥିଲା ସିବିଆଇ । ଷ୍ଟେରର୍ଲିଂ ବାୟୋଟେକ୍ ଲିଙ୍କରେ ଇଡି ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଏବଂ ଅହମଦାବାଦ ସମେତ ଦେଶର ପ୍ରାୟ ୫୦ଟି ସ୍ଥାନରେ ଚଢାଉ କରାଯାଇଛି ।  ଭାରତ ବ୍ୟତୀତ ୟୁଏଇ, ବ୍ରିଟେନ୍, ଆମେରିକା, ଓ ମରିସସରେ ମଧ୍ୟ ସନ୍ଦସେରାଙ୍କ ବ୍ୟବସାୟ ରହିଛି । ଏଭଳି ସ୍ଥିିିତିରେ ସନ୍ଦସେରାକୁ ଭାରତ ଫେରାଇ ଆଣିବା ଏବେ ଏକ ବଡ ଚ୍ୟାଲେଞ୍ଜ ।

Comments are closed.