ଜମ୍ମୁ କାଶ୍ମୀର ପୁଲୱାମାରେ ଗୁଳିବିନିମୟରେ ଓଡିଆ ଯବାନ ସହିଦ୍ ! କାମାକ୍ଷାନଗର ବଡସୁଆଳ ଗାଁର ଅଜିତ ସାହୁ ସହିଦ ହେବା ନେଇ ଆର୍ମି କ୍ୟାମ୍ପରୁ ଆସିଲା ଫୋନ ।

758

ଜମ୍ମୁ କାଶ୍ମୀରର ପୁଲୱାମାରେ ଗୁଳିବିନିମୟରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । କାମାକ୍ଷାନଗର ବଡସୁଆଳ ଗାଁର ଅଜିତ ସାହୁ ନାମକ ଜଣେ ଯବାନ ସହିଦ ହୋଇଛନ୍ତି । ଆର୍ମି କ୍ୟାମ୍ପରୁ ଅଜିତଙ୍କ ବାପାଙ୍କ ପାଖକୁ ଫୋନ୍ କଲ୍ ଆସିଛି । ୨୦୧୫ ରେ ସେନାରେ ଯୋଗ ଦେଇଥିଲେ ଯବାନ ଅଜିତ ସାହୁ । ଅନନ୍ତନାଗରେ ସୁରକ୍ଷା କର୍ମୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।

 

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ମଙ୍ଗଳବାର ସକାଳୁ ଜାରି ରହିଥିବା ଗୁଳି ବିନିମୟରେ ଜଣେ ଯବାନ୍ ସହିଦ୍ ହୋଇଯାଇଛନ୍ତି ଏବଂ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୋଲିସ୍ ସୁଚନା ମୁତାବକ ଜଣେ ଆତଙ୍କବାଦୀ ଏବେ ବି ଉକ୍ତ ଅଞ୍ଚଳର ଏକ ଘରେ ଲୁଚି ରହିଛନ୍ତି । ସବୁ ଆତଙ୍କବାଦୀ ପାକିସ୍ତାନର ଆତଙ୍କୀ ଗୁଟ୍ ଜୈସ୍-ଏ-ମହମ୍ମଦର ସଦସ୍ୟ ହୋଇଥିବା ନେଇ ମଧ୍ୟ ସୂଚନା ମିଳୁଛି । ଆତଙ୍କବାଦୀ ଅଞ୍ଚଳରେ ଲୁଚି ଥିବା ନେଇ ସୁରକ୍ଷାବଳ ସର୍ଚ୍ଚ ଅପରେସନ୍ ଜାରୀ କରିଛନ୍ତି । ସୁଚନା ଅନୁସାରେ ପ୍ରଥମେ ଆତଙ୍କବାଦୀ ଯବାନଙ୍କ ଉପରକୁ ଫାୟାରିଙ୍ଗ୍ କରିଥିଲେ ।

ସୂଚନାନୁସାରେ ସୋମବାର ଆତଙ୍କବାଦୀମାନେ ପୁଲୱାମାରେ ସେନାର ଏକ ବାହନକୁ ଆଇଇଡି ଜରିଆରେ ଟାର୍ଗେଟ୍ କରିଥିଲେ । ଯେଉଁଠାରେ ଗତଥର ଫେବୃୟାରୀ ମାସରେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ସିଆରପିଏଫ୍ ଗାଡି ଉପରକୁ ଟାର୍ଗେଟ୍ କରିଥିଲେ । ଏହି ଧମାକାରେ ଭାରତର ୪୦ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ସୋମବାର ହୋଇଥିବା ଆକ୍ରମଣରେ ୬ ଯବାନଙ୍କ ସମେତ ୨ ଜଣ ନାଗରିକ ଆହତ ହୋଇଥିଲେ । ଏହାଛଡା ସୋମବାର ଅନନ୍ତନାଗରେ ହୋଇଥିବା ଫାୟାରିଙ୍ଗରେ ଜଣେ ମେଜର୍ ସହିଦ୍୍ ହେବା ସହ ୩ ଜଣ ଯବାନ ଆହତ ହୋଇଥିଲେ । କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ ଏବଂ ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତ୍ ମେଜର୍ ସହିଦ୍ କେତନ୍ ଶର୍ମାଙ୍କୁ ମଙ୍ଗଳବାର ଶ୍ରଦ୍ଧାଞ୍ଜଳୀ ଦେବେ ।