ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା : ଏମ୍ସରେ ଗଲା ଆଉ ଜଣଙ୍କ ଜୀବନ, ୨୧ରେ ପହଂଚିଲା ମୃତ୍ୟୁ ସଂଖ୍ୟା

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଆଜି ଏମ୍ସରେ ଆଉ ଜଣେ ଆଖି ବୁଜିଛନ୍ତି । ମୃତକ ହେଲେ ଜାନକୀ ହୁଇ । ଗତକାଲି ମଧ୍ୟ ଏମ୍ସରେ ହରିହରି ମଲ୍ଲଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ବହୁ ରୋଗୀ କ୍ୟାପିଟାଲ ହସ୍ପିଟାଲ, ଆମ୍ରି. କିମ୍ସ ଓ ଏସସିବିରେ ଚିକିତ୍ସିତ ହେଉଛନ୍ତି ।  ଏବେ ବି କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୋମବାର ରାତିରେ ଡାଏଲିସିସ୍ ରୁମର ଏକ ପ୍ଲକରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଲା । ଏହା ପାଖରେ ଥିବା ସ୍ପିରିଟ ଓ ଦହନଶୀଳ ଔଷଧରେ ନିଆଁ ଲାଗି କ୍ରମେ ପୁରା ଡାଇଲିସିସ୍ ରୁମକୁ ଗିଳି ଦେଇଥିଲା ନିଆଁ ଓ ଧୁଆଁ । ଦେଖୁ ଦେଖୁ ଏହା ଅପରେସନ ଥିଏଟର, ଆଇସିୟୁକୁ ବ୍ୟାପି ୱାର୍ଡ ମୁହାଁ ହୋଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ।