ପୃଥିବୀକୁ ମାଡି ଆସୁଛି ବଡ ବିପଦ ! ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ, ଆଉ ଏକ ଚାଇନିଜ୍ ସ୍ପେଶ ଷ୍ଟେସନ ହୋଇପାରେ କ୍ରାସ୍ ।

85

ମହାକାଶରୁ ଗତ ତିନିମାସ ପୂର୍ବରୁ ଚୀନ ଦ୍ୱାରା ଅବସ୍ଥାପିତ କରାଯାଇଥିବା ଏକ ସ୍ପେଶ ଷ୍ଟେସନ ଟିଆନଗଙ୍ଗ-୧ ପୃଥିବୀ ପୃଷ୍ଠରେ ଖସିବା ପରେ ଏବେ ଟିଆନଗଙ୍ଗ-୨ ଅନୁରୂପ ଭାବରେ ଖୁବଶୀଘ୍ର ପୃଥିବୀ ପୃଷ୍ଠରେ ଖସିପଡିବ ବୋଲି କୁହାଯାଉଛି । ଟିଆନଗଙ୍ଗ-୨, ପ୍ରାୟ ୯୫ ବେଗରେ ପୃଥିବୀ ପୃଷ୍ଠ ଆଡକୁ ଖସୁଥିବାର ଅନୁମାନ କରାଯାଇଥିଲା । କିନ୍ତୁ ପରେ ଅକସ୍ମାତ୍ ଏହା ରହସ୍ୟମୟ ଢଙ୍ଗରେ ତାର ପୂର୍ବ ଅବସ୍ଥାକୁ ଫେରିଆସିଥିଲା ।

ଆମେରିକାର ପ୍ରତିରକ୍ଷା ଓ ମହାକାଶ ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଚୀନ୍ ୨୦୧୬ ସେପ୍ଟେମ୍ବର ମାସରେ ଟିଆନଗଙ୍ଗ-୨ ସ୍ପେଶ ଷ୍ଟେସନକୁ ମହାକାଶରେ ଅବସ୍ଥାପିତ କରିଥିଲା । କିନ୍ତୁ ମହାକାଶରେ ଅବସ୍ଥାପିତ ହେବାର କିଛି ଦିନ ପରେ ଚୀନ ଗୁପ୍ତ ଭାବେ ଏହାର କକ୍ଷ ପଥର ଉଚ୍ଚତା ହ୍ରାସ ଏବଂ ପରେ ବୃଦ୍ଧି କରିଥିଲା । ପ୍ରଥମେ ଏହାର କକ୍ଷ ପଥର ଉଚ୍ଚତା ପ୍ରାୟ ୯୫ କିଲୋମିଟର ହ୍ରାସ କରାଯାଇଥିଲା । ପୂର୍ବରୁ ଏହାର ଉଚ୍ଚତା ପୃଥିବୀ ପୃଷ୍ଠରୁ ୩୮୦ ରୁ ୩୮୬ କିଲୋମିଟର ଅବସ୍ଥାପିତ କରାଯାଇଥିଲା । କିନ୍ତୁ ଜୁନ ୧୩ରେ ଚୀନ ଏହାକୁ ୨୯୨ ରୁ ୨୯୭କୁ ହ୍ରାସ କରିଥିଲା । ଏହାର ୧୦ ଦିନ ଭିତରେ ପୁଣି ଏହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିଥିଲା । ଏହି ଘଟଣାକୁ ଦୃଷ୍ଟିରେ ରଖି ଆମେରିକା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ଚୀନ ଖୁବଶୀଘ୍ର ଏହି ସ୍ପେଶ ଷ୍ଟେସନକୁ କାର୍ଯ୍ୟରୁ ଅନ୍ତର କରିବ ।