ପିଏନବି ପରେ ଏସବିଆଇର ପାଳି : ପୁଣି ଏକ ବ୍ୟାଙ୍କ ଘୋଟାଲା, ୧୪ ବ୍ୟାଙ୍କକୁ ୮୫୪ କୋଟିର ଚୂନା ଲଗାଇବା କନିଷ୍କ ଜୁଲଲର୍ସ

37

ଭାରତରେ ବ୍ୟାଙ୍କ ଘୋଟାଲା ଯେମିତି ଶେଷ ହେବାର ନାଁ ନେଉନାହିଁ । ପିଏନବି ବ୍ୟାଙ୍କ ଘୋଟାଲା ପରେ ପରେ ଆଉ ଏକ ବ୍ୟାଙ୍କ ଏହି ତାଲିକାରେ ନିଜକୁ ସାମିଲ କରିଛି । ଏଥର ଘୋଟାଲାର ମୁଖ୍ୟ ଶିକାର ହୋଇଛି ଭାରତୀୟ ଷ୍ଟେଟବ୍ୟାଙ୍କ । ପିଏନବିରେ ନିରବ ମୋଦି ଏବଂ ମେହୁଲ ଚୋକସୀଙ୍କ ଦ୍ୱାରା କରାଯାଇଥିବା ୧୪,୬୦୦ କୋଟି ଟଙ୍କାର ଦୁର୍ନୀତିକୁ ଦେଶ ଭୁଲି ନଥିବାବେଳେ ଆଉ ଏକ ବଡ ଧରଣର ଦୁର୍ନୀତି ମୁଣ୍ଡ ଟେକି ବସିଲାଣି । ଏସବିଆଇ ଏହି ଦୁର୍ନୀତି ନେଇ ସିବିଆଇକୁ ଲିଖିତ ଭାବେ ଜଣାଇଛି ।

ଏସବିଆଇ ବ୍ୟାଙ୍କ ମୁଖ୍ୟଙ୍କ କହିବା ଅନୁଯାୟୀ, କନିଷ୍କ ଜୁଏଲର୍ ୮୫୪ କୋଟି ଟଙ୍କାର ବ୍ୟାଙ୍କ ସହ ଠକାମୀ କରିଛି । ବ୍ୟାଙ୍କ କନିଷ୍କ ଗୋଲ୍ଡ ପ୍ରାଇଭେଟ ଲିମିଟେଡ ବିରୋଧରେ ସିବିଆଇ ଯାଂଚ ଦାବି କରିଛି । ସିବିଆଇକୁ ଲିଖିତ ପତ୍ର ଦେବା ସହ ୮୪୨.୧୫ କୋଟି ଟଙ୍କା ଠକାମୀକୁ ନେଇ ଅଭିଯୋଗ କରିଛି ।

ବର୍ତ୍ତମାନ ସିବିଆଇ ଏହା ଉପରେ କୌଣସି ଏଫଆଇଆର ଦାଏର କରିନଥିବା ଜଣାପଡୁଛି । ଏସବିଆଇ ଅନୁସାରେ କନିଷ୍କ ଗୋଲ୍ଡ ପ୍ରାଇଭେଟ ଲିମିଟେଡ୍ ୨୦୦୭ ମସିହାରୁ ଲୋନ ନେବା ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ପରିସୀମାକୁ ବଢ଼ାଇବାରେ ଲାଗିଥିଲା ।