ଓଡ଼ିଶା ପାଇଁ ଭଲ ଖବର: କରୋନାରୁ ଏକାଥରେ ସୁସ୍ଥ ହେଲେ ୯୯ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି । ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ ହେଲେ ସୁସ୍ଥ…

3,106

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବୃଦ୍ଧି ପାଉଛି ସୁସ୍ଥଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ଏକାଥରେ ସୁସ୍ଥ ହୋଇଛନ୍ତି ୯୯ ଆକ୍ରାନ୍ତ । ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଫଳରେ ରାଜ୍ୟରେ ମୋଟ ସୁସ୍ଥ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଅନ୍ୟପଟେ ଆଜି ନୂଆ ୯୯ ସୁସ୍ଥଙ୍କ ହେବାପରେ ରାଜ୍ୟରେ କରୋନା ସ୍ଥିତି – ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ଥିବା ବେଳେ ୭୮୨ଟି ସକ୍ରିୟ ମାମଲା ରହିଛି । ଏହା ସହ ୭ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।