ପୁଣି ଏକାବେଳେ ସୁସ୍ଥ ହେଲେ ୮୪ ଆକ୍ରାନ୍ତ: ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ରାଜ୍ୟରେ ବଢୁଛି ସୁସ୍ଥଙ୍କ ସଂଖ୍ୟା; ମୋଟ ସୁସ୍ଥଙ୍କ ସଂଖ୍ୟା ୭୩୩ରେ ପହଞ୍ଚିଲା

1,963

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବୃଦ୍ଧି ପାଉଛି ସୁସ୍ଥଙ୍କ ସଂଖ୍ୟା । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ଆଉ ୮୪ ଜଣ କରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ୭୩୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୮୪ ଜଣଙ୍କ ମଧ୍ୟରେ ଗଂଜାମରୁ ୨୪, ଯାଜପୁରରୁ ୧୮, ବାଲେଶ୍ୱରରୁ ୧୧, କଟକରୁ ୭, ଭଦ୍ରକରୁ ୬, କେନ୍ଦ୍ରାପଡାରୁ ୫, ଖୋର୍ଧା ଏବଂ ପୁରୀରୁ ୪ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ନୟାଗଡ ଏବଂ ମୟୁରଭଂଜ ଜିଲ୍ଲାରୁ ୨ ଜଣ ଲେଖାଏ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ, ଆଜି ନୂଆ ୮୪ ସୁସ୍ଥଙ୍କ ହେବାପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ଥିବା ବେଳେ ୭୭୭ଟି ସକ୍ରିୟ ମାମଲା ରହିଛି । ଏହା ସହ ୭ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି ।