ଓଡିଶା ହାତରୁ ଯିବ କି କୋଟିଆ ! ଦିନେ କି ଦୁଇ ଦିନ ଭିତରେ ଯିବ ସ୍ୱତନ୍ତ୍ର ଟିମ । ରିପୋର୍ଟ ଦେବା ପରେ ନିଆଯିବ ପରବର୍ତୀ ପଦକ୍ଷେପ

45

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ବେଆଇନ ନିର୍ମାଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ଦିନେ ଦୁଇ ଦିନ ଭିତରେ ଏକ ଟିମ କୋଟିଆ ଯିବ । ଟିମ ରିପୋର୍ଟ ଦେବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ମହେଶ୍ୱର ମହାନ୍ତି କହିଛନ୍ତି । କୋଟିଆ ବାସିନ୍ଦାଙ୍କ ଠାରୁ ଓଡିଶାର ନାଗରିକତ୍ୱ ଛଡାଇ ନେବାକୁ ପୂରା ପ୍ରସ୍ତୁତି କରିଦେଇଛି ଆନ୍ଧ୍ରପ୍ରଦେଶ ସରକାର । ରାସ୍ତା କାମ ଆରମ୍ଭ କରିବା ସହ ଭୋଟର ତାଲିକା ବି ସଂଶୋଧନ କରିଛି । ମେସିନ ଲଗାଇ ଗତକାଲି ଦିନ ତମାମ ରାସ୍ତା କାମ ହୋଇଛି । କୋଟିଆବାସିଙ୍କ ଭୋଟର ତାଲିକାକୁ ସଂଶୋଧନ କରି ଆନ୍ଧ୍ରପ୍ରଦେଶରେ ସାମିଲ କରାଯାଇଛି । ଖାଲି ସେତିକି ନୁହେଁ, କୋଟିଆ ଲୋକଙ୍କ ଆଧାର କାର୍ଡ ମଧ୍ୟ ସଂଶୋଧନ କରିବା ଆରମ୍ଭ କରିଛି ଆନ୍ଧ୍ରପ୍ରଦେଶ ।

ହାତରୁ ଖସି ଯାଉଛି କୋଟିଆ । ଓଡିଶା ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି ଆନ୍ଧ୍ରପ୍ରଦେଶ । କୋଟିଆ ବାସିନ୍ଦାଙ୍କ ଠାରୁ ଓଡିଶାର ନାଗରିକତ୍ୱ ଛଡାଇ ନେବାକୁ ପୂରା ପ୍ରସ୍ତୁତି କରିଦେଇଛି ଆନ୍ଧ୍ରପ୍ରଦେଶ ସରକାର । ରାସ୍ତା କାମ ଆରମ୍ଭ କରିବା ସହ ଭୋଟର ତାଲିକା ବି ସଂଶୋଧନ କରିଛି । ମେସିନ୍ ଲଗାଇ ଗତକାଲି ଦିନ ତମାମ ରାସ୍ତା କାମ ହୋଇଛି । ଆଜି ମଧ୍ୟ କାମ ଜାରି ରହିବ । କୋଟିଆ ବାସିଙ୍କ ଭୋଟର ତାଲିକାକୁ ସଂଶୋଧନ କରି ଆନ୍ଧ୍ରପ୍ରଦେଶରେ ସାମିଲ କରାଯାଇଛି । ଖାଲି ସେତିକି ନୁହେଁ, କୋଟିଆ ଲୋକଙ୍କ ଆଧାର କାର୍ଡ ମଧ୍ୟ ସଂଶୋଧନ କରିବା ଆରମ୍ଭ କରିଛି ଆନ୍ଧ୍ରପ୍ରଦେଶ । ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ବନ୍ଦ ହେଉନି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିଲାବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଆନ୍ଧ୍ର ।

ଯୁଦ୍ଧକାଳୀନ ଭିତ୍ତିରେ ଭୋଟର କାର୍ଡ ଓ ଆଧାର କାର୍ଡ ସଂଶୋଧନ ଚାଲିଥିଲା ବେଳେ ତାଡିବାଲସାରୁ ଆରଜୁ ବାଲସା ପର୍ୟ୍ୟନ୍ତ ମେଟାଲ ରାସ୍ତା ନିର୍ମାଣ କରୁଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଚାଲିଥିଲାବେଳେ ବିଭିନ୍ନ ସମୟରେ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାରେ ପଶି ସରକାରୀ ସହାୟତା ବାଣ୍ଟୁଛନ୍ତି । ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ବିଭିନ୍ନ ସମୟରେ ଚେଷ୍ଟା ଚଳାଇଥିଲାବେଳେ ଏବେ ରାସ୍ତା ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି ।