ଓଡିଶାରେ ଗାନ୍ଧିବାଦୀ ନେତା ! ନବନିର୍ମାଣ କୃଷକ ସଂଗଠନର ଜୟ କିଷାନ ସମାବେଶରେ ଯୋଗଦେବେ ଆନ୍ନା ହଜାରେ

40

କନକ ବ୍ୟୁରୋ: ଓଡିଶାରେ ଆନ୍ନା ହଜାରେ । ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଏହି ଗାନ୍ଧିବାଦୀ ନେତା । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ଆନ୍ନା ହଜାରେଙ୍କୁ ସ୍ୱାଗତ ଜଣାଇଛନ୍ତି ନବନିର୍ମାଣ କୃଷକ ସଂଗଠନ । ଖାଲି ସେତିକି ନୁହେଁ, ଏକ ମୋଟରସାଇକେଲ ରାଲିରେ ଏହି ଗାନ୍ଧୀବାଦୀ ନେତାଙ୍କୁ ରାଜ୍ୟ ଅତିଥିଭବନକୁ ନିଆଯାଇଛି ।

ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆସନ୍ତାକାଲି ଜଗତସିଂହପୁରରେ ହେବାକୁ ଥିବା ଜୟ କିଷାନ ସମାବେଶରେ ସାମିଲ ହେବେ ଆନ୍ନା ହଜାରେ । ନବ ନିର୍ମାଣ ସଂଗଠନର ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି ନେଇ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଏହି ସମାବେଶ ଆୟୋଜିତ ହେଉଛି । ଏଥିରେ ଯୋଗଦେଇ ଆନ୍ନା ହଜାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଗତ ଅକ୍ଟୋବର ୧୧ ତାରିଖରେ ନୂଆଦିଲ୍ଲୀ ଜନ୍ତରମନ୍ତରରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମାବେଶରେ ଯୋଗ ଦେଇ ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ଆନ୍ନା ହଜାରେ । ଦେଶର ସବୁ ଅଂଚଳରେ ଚାଷୀ ସମସ୍ୟାନେଇ ତେଜୁଥିବା ଆନ୍ଦୋଳନକୁ ସେ ସମର୍ଥନ କରିବା ସହ ସାରାଦେଶ ଗସ୍ତ କରିବେ ବୋଲି ଘୋଷଣା କରିଥିଲେ ।