ଓଡିଶା ଛାଡିଲେ ବିଶିଷ୍ଟ ସମାଜସେବୀ ନେତା ଆନ୍ନା ହଜାରେ : କହିଲେ, ଓଡିଆ ଯୁବକଙ୍କୁ ଦେଖି ୮୦ ବର୍ଷରେ ମଧ୍ୟ ବଢିଯାଇଛି ଶକ୍ତି

46

କନକ ବ୍ୟୁରୋ :  ଓଡ଼ିଶାରୁ ଫେରିଲେ ଗାନ୍ଧୀବାଦି ନେତା ଆନ୍ନା ହଜାରେ । ଓଡ଼ିଶାରୁ ଫେରିଲା ବେଳକୁ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ, ଓଡ଼ିଆ ଯୁବକଙ୍କୁ ଦେଖି ୮୦ବର୍ଷରେ ମଧ୍ୟ ତାଙ୍କ ଶକ୍ତି ବଢିଯାଇଛି । ଦେଶସେବା ପାଇଁ ଆଉ ଦୁଇ ପାଦ ଆଗକୁ ବଢିବା ସହ ଓଡ଼ିଶାର ଯୁବକମାନେ ଯେବେ ବି ଡାକିଲେ ସେ ଆସିବେ ବୋଲି କହିଛନ୍ତି ଆନ୍ନା ।

୩ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଦିନ ଓଡ଼ିଶାରେ ପହଂଚିଥିଲେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ପରେ ଗତକାଲି ଜଗତସିଂହପୁରରେ ନବନିର୍ମାଣ କୃଷକ ସଂଗଠନର ଜୟ କିଷାନ ସମାବେଶରେ ସାମିଲ ହୋଇ ଚାଷୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ଗାନ୍ଧିବାଦୀ ନେତା । ଓଡିଶା ଚାଷୀଙ୍କ ନେତୃତ୍ୱ ନେଇ ‘କର ବା ମର’ର ଆହ୍ୱାନ ଦେଇଛନ୍ତି ଆନ୍ନା ହଜାରେ । ଅର୍ଥାତ୍ ଏହି ଚାଷୀ ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡରେ ପହଂଚାଇବା ପାଇଁ ଡାକରା ଦେଇଛନ୍ତି ଆନ୍ନା ହଜାରେ ।