ଆଜି ଜଗତସିଂପୁରରେ ନବ ନିର୍ମାଣ କୃଷକ ସଙ୍ଗଠନ ଚାଷୀ ମହାସମାବେଶ ! ଚାଷୀଙ୍କୁ ସଂଜୀବନୀ ଦେବେ ଆନ୍ନା ହଜାରେ

25

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଜଗତସିଂହପୁରରେ ହେବ ଜୟ କିଷାନ ସମାବେଶ । ଏଥିରେ ସାମିଲ ହେବେ ସମାଜସେବୀ ଆନ୍ନା ହଜାରେ । ଜଗତସିଂହପୁରଠାରେ ନବକୃଷ୍ଣ ଚୈାଧୁରୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଓ କୃଷକଙ୍କୁ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ଏହି ସମାବେଶର ଆୟୋଜନ କରାଯାଇଛି । ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରରୁ ହଜାର ହଜାର ଚାଷୀ ସାମିଲ ହେବେ । ଆଜି ୧୧ଟାରେ ଏହି ସମାବେଶର ଆୟୋଜନ କରାଯାଇଛି ।

ଭୁବନେଶ୍ୱରରୁ ଏକ ବିରାଟ ଶୋଭାଯାତ୍ରାରେ ଆନ୍ନା ଆସି ଶୋଭାଯାତ୍ରାରେ ସାମିଲ ହେବେ । ତାଙ୍କ ସହିତ ସାମିଲ ହେବେ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତା । ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢୁ ଥିବାବେଳେ ଆଜି ଚାଷୀଙ୍କୁ ସଂଜୀବନୀ ଦେଇପାରନ୍ତି ଆନ୍ନା ହଜାରେ । ଏହାସହ ନବନିର୍ମାଣ କୃଷକ ସଙ୍ଗଠନର ଦାବି ଉପରେ ବି ନିଜର ବକ୍ତବ୍ୟ ରଖିପାରନ୍ତି ଆନ୍ନା । ଆନ୍ନା ଦ୍ୱିତୀୟ ଥର ପାଇଁ ଜଗତସିଂହପୁର ଗସ୍ତ କରୁଛନ୍ତି । ପୂର୍ବରୁ ୨୦୧୩ ମସିହାରେ ସେ ଜଗତସିଂହପୁର ଗସ୍ତ କରିଥିଲେ ।