ଆନ୍ନା ଆନ୍ଦୋଳନ ପାର୍ଟ-୨ : ଆଜି ଦିଲ୍ଲୀରେ ପୁଣି ସତ୍ୟାଗ୍ରହରେ ବସିବେ ସମାଜସେବୀ, ଲୋକପାଳ ନିଯୁକ୍ତି ପାଇଁ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବିଫଳ ହୋଇଛନ୍ତି ଆନ୍ନା

36

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଭଷ୍ଟ୍ରାଚାର ବିରୋଧରେ ଆନ୍ଦୋଳନ କରିବେ ବରିଷ୍ଠ ସମାଜସେବୀ ଆନ୍ନା ହଜାରେ । ଦିଲ୍ଲୀ ରାମ ଲୀଳା ମଇଦାନରେ ଚାଷୀଙ୍କ ହକ୍ ପାଇଁ ଓ ଭଷ୍ଟ୍ରାଚାର ବିରୋଧରେ ଆନ୍ନା ଆନ୍ଦୋଳନ କରିବେ । ଏଥିପାଇଁ ଦିଲ୍ଲୀ ପହଁଚିଛନ୍ତି ଆନ୍ନା ହଜାରେ । ରାଜଘାଟରେ ପହଂଚି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ଦିନ ୧୨ଟାରେ ଅନିଶ୍ଚିତ ସତ୍ୟାଗ୍ରହ ଆରମ୍ଭ କରିବେ ଆନ୍ନା ହଜାରେ । ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବିଫଳ ହୋଇଛନ୍ତି ଆନ୍ନା ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ ରେ ଦିଲ୍ଲୀରେ ପୁଣି ଗୋଟାଏ ଆନ୍ଦୋଳନ କରିବେ ବୋଲି ପୂର୍ବରୁ ହଜାରେ ଘୋଷଣା କରିଥିଲେ । ମାର୍ଚ୍ଚ ୨୩ ତାରିଖ ପାଇଁ ସମର୍ଥନ ଯୋଗାଡ଼ କରିବାକୁ ଆନ୍ନା ଭାଷଣ ଦେବାକୁ ଥିବା ତିନୋଟି ରାଲି ମଧ୍ୟରୁ ପ୍ରଥମଟି ଥିଲା ଶନିବାର ଆୟୋଜିତ ଆତବଦି ରାଲି । ସରକାରଙ୍କୁ ଚେତାବନୀ ଦେବା ଭଳି ଏ ଭଳି ବିଶାଳ ବିକ୍ଷୋଭ ପୂର୍ବରୁ କେବେ ହୋଇ ନାହିଁ ବୋଲି ଆନ୍ନା କହିଥିଲେ । ରାଲି ଏବଂ ବିକ୍ଷୋଭ ମାଧ୍ୟମରେ ସେ ଭୋଟ ଯୋଗାଡ଼ କରୁନାହାଁନ୍ତି । ଜନ ଲୋକପାଳ ପାଇଁ ଯେଉଁ ପ୍ରକାର ବିଶାଳ ରାଲି ହୋଇଥିଲା ଚାଷୀଙ୍କ ମାମଲାରେ ମଧ୍ୟ ସେହି ଭଳି ରାଲିଟିଏ ହେବ ବୋଲି ତାଙ୍କର ବିଶ୍ୱାସ ବୋଲି ସେ କହିଥିଲେ । ଲୋକପାଳ କାର୍ଯ୍ୟକାରୀ, ଲୋକାଯୁକ୍ତ ନିଯୁକ୍ତି, ଚାଷୀଙ୍କୁ ୫୦୦୦ ଟଙ୍କା ଭତ୍ତା ଏବଂ କୃଷି ଉତ୍ପାଦ ପାଇଁ ଅଧିକ ମୂଲ୍ୟ ଆଦି ପ୍ରସଙ୍ଗ ତାଙ୍କ ଦାବିରେ ଅନ୍ତର୍ଭୁକ୍ତ ହେବ ।