‘ଟଏଲେଟ୍ ’ଏକ ସଂଘର୍ଷର କଥା : ଗାଁରେ ଶୌଚାଳୟ ନିର୍ମାଣ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଲେ ଅଂଜଳୀ

37

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ସନ୍ତକବୀର ନଗର ଜିଲ୍ଲାରେ ରହୁଥିବା ଅଂଜଳୀ ମଲ୍ଲାହ ନାମକ ମହିଳା ସ୍ୱଚ୍ଛ ଭାରତର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡାର । କାରଣ ସେ ନିଜର ସଂଘର୍ଷ ବଳରେ ଗାଁରେ ୧୨୫ଟି ଟଏଲେଟ୍ ତିଆରି କରି ମହିଳାସଶକ୍ତିକରଣ ଓ ଗ୍ରାମୀଣ ସ୍ୱଚ୍ଛତା ଦିଗରେ ବଡ କାମ କରିଛନ୍ତି । ଏହାକୁ ନେଇ ସେ ଆଜି ଚାରିଆଡେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।

ଯେଉଁ ଘରେ ଅଂଜଳୀ ଟଏଲେଟ୍ ତିଆରି କରିଛନ୍ତି , ସେହି ଘରର ମହିଳା ମାନେ ଶାଶୁ ଘର ଛାଡି ନିଜ ପିତାଙ୍କ ଘରକୁ ଯିବାକୁ ଇଚ୍ଛା କରୁନଥିଲେ । ଟଏଲେଟ୍ ନଥିବା କାରଣରୁ ଗାଁର ମହିଳା ମାନେ ଅପମାନଜନକ ଓ ଅସୁବିଧା ପୂର୍ଣ୍ଣ ଜୀବନ ବିତାଉଥିଲେ । ଏହାକୁ ବଦଳାଇବା ପାଇଁ ଅଂଜନୀ ଚିନ୍ତା କଲେ ଏବଂ ଏହାକୁ ସାକାର କରିଦେଖେଇଲେ । ଅଂଜଳୀଙ୍କୁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମୟ ନିଶ୍ଚୟ ଲାଗିଥିଲା , ହେଲେ ସେ ଶେଷରେ ସଫଳତା ପାଇଥିଲେ । ଇଣ୍ଡିଆ ଟାଇମ୍ସର ଖବର ଅନୁସାରେ , ସନ୍ତକବୀର ନଗର ଜିଲ୍ଲାର ମେଡରିପାର୍ ଗାଁରେ ରହୁଥିବା ଅଂଜଳୀ ପ୍ରଶାସନର ସାହାଯ୍ୟରେ ମହିଳାଙ୍କ ପାଇଁ ଟଏଲେଟ୍ ନିର୍ମାଣ କରିବାରେ ସଫଳ ହୋଇଥିଲେ । ଅଂଜଳୀ କହିଛନ୍ତି ସେ ପିଲାଦିନୁ ଜଣେ ଆଥଲେଟ୍ ହେବାକୁ ଚାହୁଁଥିଲେ । ତାଙ୍କର ରୁଚି ସର୍ବଦା ଖେଳକୁଦରେ ଥିଲା । ତାଙ୍କର ପିଲାଦିନ ଉତ୍ତରଖଣ୍ଡରେ ବିତିଛି । କିନ୍ତୁ ପରେ ସେ ବସ୍ତି ଆସିଲେ । ତାଙ୍କର ଘରେ ଟଏଲେଟ୍ ନଥିଲା । ଏବଂ ଯେତେବେଳେ ତାଙ୍କର ବିବାହ ହେଲା , ସେତେବେଳେ ମଧ୍ୟ ସେ ଶୌଚ୍ଚ ପାଇଁ ଖୋଲା ସ୍ଥାନକୁ ଯାଉଥିଲେ । ଏହାଦ୍ୱାରା ତାଙ୍କର ଅସୁବିଧା ହୋଇଥିଲା । ଏବଂ ଲଜ୍ଜ୍ୟା ବୋଧ କରିଥିଲେ ।

ଏହି ସମସ୍ୟା ବିଷୟରେ ସୂଚାଇବାକୁ ଯାଇ ସେ କୁହନ୍ତି , ମହିଳାମାନଙ୍କୁ ଶୌଚ ପାଇଁ ବଢି ଭୋରରରୁ ଘରୁ ବାହାରକୁ ଯିବାକୁ ପଡୁଥିଲା । କାରଣ ସୂର୍ଯ୍ୟ ପୁରା ଉଦୟ ହୋଇଗଲେ ଲୋକେ କ୍ଷେତ କାମକୁ ଯିବା ଆସିବା କରନ୍ତି । ଏବଂ ଶୌଚକ୍ରିୟା କରିବା ବହୁତ ଅସୁବିଧା ହେଉଥିଲା । ଏହିସବୁ ଅସୁବିଧାକୁ ଦେଖି ସେ ଘରେ ଟଏଲେଟ୍ କରିବାକୁ ଚିନ୍ତା କଲେ । କିନ୍ତୁ ତାଙ୍କ କଥାକୁ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ । କେହି ମନ୍ତ୍ରୀ ନେତା ମଧ୍ୟ ତାଙ୍କ କଥାକୁ ଗମ୍ଭୀରତାର ସହ ନେଲେ ନାହିଁ । ଏଡେଇ ଦେଇଥିଲେ ସମସ୍ତେ । ସେ ତତ୍କାଳୀନ ସରକାରଙ୍କର ଏକ ମନ୍ତ୍ରୀ ଙ୍କ ପାଖକୁ ଯାଇ ଅନୁରୋଧ ଜଣାଇଲେ । ହେଲେ ସେ ବି ତାଙ୍କ କଥାକୁ ଶୁଣିଲେନାହିଁ । ଏହାପରେ ସେ ଜିଲ୍ଲାର ଡିଏମଙ୍କ ପାଖରେ ପହଁଚିଲେ ।

କୁହାଯାଏ ସମୟ ସବୁବେଳେ ସମାନ ନଥାଏ । ଏହାହିଁ ହେଲା ଅଂଜଳୀଙ୍କର କ୍ଷେତ୍ରରେ । ନିଜର ଲକ୍ଷ୍ୟ ହାସଲ କରିବା ଦିଗରେ ନିତି ଲାଗିପଡିଥିଲେ । ତତ୍କାଳୀନ ଡିଏମ୍ ସରୋଜ କୁମାର ଅଂଜନୀଙ୍କର କଥା ଶୁଣିଲେ । ଏବଂ ତାଙ୍କର ଗାଁରେ ୭୫ଟି ଟଏଲେଟ୍ ନିର୍ମାଣ କରିବାର ଆଦେଶ ଦେଲେ । କିନ୍ତୁ ପୁରା ଗାଁରେ ଏତେ ଟଏଲେଟ୍ କରିବା ସମ୍ଭବ ହେଲାନି । ଏଥିପାଇଁ ସେ ତହସିଲ୍ ସ୍ତରରେ ଅଧିକାରୀଙ୍କୁ ଗୁହାରୀ କଲେ । ଏହାଦ୍ୱାରା ତାଙ୍କର ବାପଘରେ ମଧ୍ୟ ୫୦ଟି ଟଏଲେଟ୍ ତିଆରି କରିବାକୁ ଆଦେଶ ଦେଲେ । ଆଥଲେଟ୍ ହେବା କାରଣରୁ ଅଂଜଳୀଙ୍କ ଭିତରେ ଦୃଢ ଆଗ୍ରହ ଥିଲା । ସେ କୁହନ୍ତି , କମ୍ ସୁବିଧାରେ ମଧ୍ୟ ରାଷ୍ଟ୍ରୀୟ ସ୍ତରର ଦୌଡ ପ୍ରତିଯୋଗୀତାଗୁଡିକରେ ଅଂଶ ନେଇଥିଲେ । ଏଥିପାଇଁ ତାଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡାର କରାଯାଇଥିଲା । ଆଜି ଅଂଜଳୀ ଅନେକ ମହିଳାଙ୍କ ପାଇଁ ଜଣେ ଆଦର୍ଶ ଓ ପ୍ରେରଣା ଦାୟୀ ବ୍ୟକ୍ତିତ୍ୱ ପାଲଟିଛନ୍ତି ।

( ଇୟୋର ଷ୍ଟୋରୀ)