ଗାନ୍ଧୀ ଯିବେ ମୋଦି ଆସିବେ ! ମହାତ୍ମାଙ୍କ ସ୍ଥାନରେ ମୋଦିଙ୍କ ଫଟୋକୁ ନେଇ ବଢିଲା ବିବାଦ

28

କନକ ବ୍ୟୁରୋ : ଆଉ ପାଦେ ଆଗେଇଲା ଗାନ୍ଧୀଜୀଙ୍କ ସ୍ଥାନରେ ମୋଦିଙ୍କ ଫଟୋ ବିବାଦ । ଖଦି ଉଦ୍ୟୋଗ ପକ୍ଷରୁ ପ୍ରକାଶ ପାଇଥିବା କ୍ୟାଲେଣ୍ଡର ବିବାଦରେ ବିଜେପି ମନ୍ତ୍ରୀ ରଖିଥିବା ବୟାନ ସବୁ ସୀମା ଟପି ଯାଇଛି । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ କହିଛନ୍ତି- ଖଦିର ପ୍ରଚାର ପ୍ରସାର କ୍ଷେତ୍ରରେ ଗାନ୍ଧୀ ହେଉଛନ୍ତି ମୋଦିଙ୍କଠାରୁ ଭଲ ବ୍ରାଣ୍ଡ । ଆଉ ଧିରେ ଧିରେ ନୋଟ୍ ଉପରୁ ମଧ୍ୟ ମୋଦିଙ୍କ ଫଟୋ ଉଠିଯିବ ବୋଲି କହିଛନ୍ତି ।

ଅବଶ୍ୟ ଏହି ବୟାନ ଦେବାର କେଇ ଘଂଟା ପରେ ନିଜ ମତକୁ ପ୍ରତ୍ୟାହାର କରି ନେଇଛନ୍ତି ଅନିଲ ଭିଜ୍ । ଆଉ ହରିୟାଣା ସରକାର ନିଜ ମନ୍ତ୍ରୀଙ୍କ ବୟାନକୁ କିନ୍ତୁ ବ୍ୟକ୍ତିଗତ ମତ କହି ଏଡ଼ାଇ ଯାଇଛି । ସେପଟେ କିନ୍ତୁ ଅନିଲ୍ ଭିଜଙ୍କ ଏହି ମନ୍ତ୍ୟବକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ଖଦି ଗ୍ରାମ୍ୟ ଉଦ୍ୟୋଗ ପକ୍ଷରୁ ପ୍ରକାଶ ପାଉଥିବା କ୍ୟାଲେଣ୍ଡର ଏବଂ ଡାଏରୀରେ ଚଳିତବର୍ଷ ଗାନ୍ଧୀଙ୍କ ସ୍ଥାନରେ ମୋଦିଙ୍କ ଫଟୋ ସ୍ଥାନ ପାଇଛି । ଯେଉଁଥିରେ ଗାନ୍ଧୀଙ୍କ ସ୍ଥାନରେ ମୋଦି କୁର୍ତା-ପାଇଜାମା ସହ ଏକ ୱେଷ୍ଟକୋଟ୍ ପିନ୍ଧି ଆଧୁନିକ ଚରଖାରେ ଖଦି ବୁଣୁଛନ୍ତି ।