ଚାକିରୀ ସମୟରେ ନେଇନଥିଲେ ଗୋଟିଏ ବି ଛୁଟି, ଅବସର ସମୟରେ ମିଳିଲା ୨୧ କୋଟି ଟଙ୍କା । ଜାଣନ୍ତୁ ଏହି ପଦ୍ମ ବିଭୂଷଣଙ୍କ କାହାଣୀ

820

ଯଦି ଆପଣ ମଧ୍ୟ ଅଫିସରେ ଚାକିରୀ ସମୟରେ ଛୁଟି ନିଅନ୍ତିନି, ତେବେ ଏଥିପାଇଁ ହଇରାଣ ହେବାର କୌଣସି ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯିଏ ନିଜର ଚାକିରୀ ସମୟରେ ଥରେ ବି ଛୁଟି ନେଇନଥିଲେ । କିନ୍ତୁ ଯେବେ ସେ ଅବସର ନେଲେ ତାଙ୍କୁ ଛୁଟି ବଦଳରେ ୨୧ କୋଟି ଟଙ୍କା ମିଳିଲା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ।

ଲାର୍ସେନ୍ ଆଣ୍ଡ ଟର୍ବୋ କମ୍ପାନୀର ନନ୍ ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ପଦବୀରେ ଥିବା ଅନିଲ ମଣିଭାଇ ନାୟକ ନିକଟରେ ନିଜ ପଦବୀରୁ ଅବସର ନେଇଛନ୍ତି । ସେ ନିଜ ଚାକିରୀ ସମୟରେ ଥରେ ବି ସିକ୍ ଲିଭ୍ ନେଇନାହାଁନ୍ତି । ଲାର୍ସେନ୍ ଆଣ୍ଡ ଟର୍ବୋ ଗ୍ରୁପ୍ କୁ ସଫଳତାର ଶୀର୍ଷରେ ପହଂଚାଇଥିବା ଅନିଲ ମଣିଭାଇ ନାୟକଙ୍କୁ ଭାରତର ଦ୍ୱିତୀୟ ବଡ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଚୟନ କରାଯାଇଛି । ଅବସର ନେବା ନିଷ୍ପତ୍ତି ପରେ ତାଙ୍କୁ ଛୁଟି ନନେଇଥିବା ପାଇଁ ୨୧ କୋଟି ଟଙ୍କା ଦିଆଯାଇଛି । ଅନିଲ ମଣିଭାଇ ଲାର୍ସେନ ଆଣ୍ଡ ଟର୍ବୋରେ ୧୯୬୫ରେ ଯୋଗ ଦେଇଥିଲେ । ସେହି ସମୟରେ ସେ କମ୍ପାନୀରେ ଜୁନିୟର ଇଂଜିନିୟର ଭାବେ ଯୋଗ ଦେଇଥିଲେ । ୫୪ ବର୍ଷ ପର୍ଯ୍ୟନ୍ତ ଲାର୍ସେନ ଆଣ୍ଡ ଟର୍ବୋକୁ ସେବା ଦେଇଛନ୍ତି । ନିଜ କାର୍ଯ୍ୟକାଳରେ ସେ ୧୩୭ କୋଟି ଟଙ୍କା ଦରମା ନେଇଥିଲେ ।