କାର୍ଯ୍ୟକାଳର ଶେଷ ଦିନରେ ଟିମ୍ ଇଣ୍ଡିଆ କୋଚ୍ ପଦ ଛାଡିଲେ ଅନିଲ କୁମ୍ବଲେ! କୋହଲିଙ୍କ ସହ ମନାନ୍ତର ଥିବାନେଇ କଲେ ସ୍ପଷ୍ଟ

27

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ କୁମ୍ବଲେ । ସେ ତାଙ୍କର ଇସ୍ତଫା ପତ୍ର ବିସିସିଆଇକୁ ପଠାଇ ଦେଇଥିବା ନେଇ ସୂଚନା ଦେଇଛନ୍ତି ।

ଟିମ୍ ଇଣ୍ଡିଆ ବିନା କୋଚରେ ଆଗାମୀ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଛି । ତେବେ କପ୍ତାନ କୋହଲିଙ୍କ ସହ ମନାନ୍ତର ଯୋଗୁଁ କୁମ୍ବଲେ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି କୁମ୍ବଲେ ।