ଶ୍ରୀମନ୍ଦିରରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ! ଝିଅ ଜନ୍ମଦିନରେ ଜଗନ୍ନାଥଙ୍କୁ କଲେ ଦର୍ଶନ

453

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ । ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଠାରେ କୁମ୍ବଲେ ଓ ତାଙ୍କ ସ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଆଜି କ୍ରିକେଟର ଅନୀଲ କୁମ୍ବଲେଙ୍କ ଜନ୍ମଦିନ । କୁମ୍ବଲେ ତାଙ୍କ ଝିଅଙ୍କ ଜନ୍ମଦିନ ପାଇଁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା କହିଛନ୍ତି । ଏବଂ ବହୁତ ସୁନ୍ଦର ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମଙ୍କଳ ଆଳତି କରିବା ସମୟରେ ଦର୍ଶନ କରୁଥିବାରୁ ମୁଁ ବହୁତ ଖୁସି ।

ପ୍ରଥମ ଥର ପାଇଁ ଆମେ ଦର୍ଶନ ପାଇଁ ଆସିଥିଲୁ । ବିଶ୍ୱ କପ ହକି ଚାଲିଥିବା ବେଳେ ଭାରତୀୟ ହକି ଦଳକୁ ଏନେଇ ଶୁଭେଚ୍ଚା ମଧ୍ୟ ଜଣାଇଛନ୍ତି କୁମ୍ବଲେ । ତେବେ ହକି ବିଶ୍ୱକପରେ ଭାରତ ବିଜୟ ହାସଲ କରୁ ବୋଲି ମଧ୍ୟ ସେ ଆଶ ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଅନୀଲ କୁମ୍ବଲେ ଓ ତାଙ୍କ ସ୍ତ୍ରୀ ୫ ଟାରେ ପହଞ୍ଚିଥିଲେ । ପୋଲିସ ପକ୍ଷରୁ କଡ଼ା ସୁରଧା ବ୍ୟବସ୍ଥା ହୋଇଥିଲା । ଅନୀଲ କୁମ୍ବଲେଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ପ୍ରବଳ ଜମିଥିଲା । ଅନୀଲଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଦୈନନ୍ଦିତ ନୀତି ପରି ଆଜି ବି ପୁରୀରେ ରୀତିନୀତି ଚାଲିଥିଲା । ଅନୀଲ କୁମ୍ବଲେ ଆସିଥିବାରୁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା ଅତି ସାଧାରଣ ଭାବେ ଦୈନନ୍ଦିତ ଯେପରି ନୀତି ଚାଲେ ସେପରି ହୋଇଥିଲା ।