୬୦ ବର୍ଷରେ ପାଦ ଦେଲେ ମିଷ୍ଟର ଇଂଣ୍ଡିଆ ଅନିଲ୍ କପୁର

20

ଆଜି ହେଉଛି ବଲିଉଡ ଅଭିନେତା ଅନିଲ୍ କପୁରଙ୍କ ଜନ୍ମଦିନ । ୬୦ ବର୍ଷରେ ପାଦ ରଖିଛନ୍ତି ମିଷ୍ଟର ଇଂଣ୍ଡିଆ ଅନିଲ୍ । ୧୨ ବର୍ଷ ବୟସରେ ହିିଁ ସେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ପରେ ୧୯୮୩ ମସିହାରେ “ୱୋ ସାତ ଦିନ୍’ ସିନେମା ଜରିଆରେ ବଲିଉଡ ଜଗତରେ ଡେବ୍ୟୁ କରିଥିଲେ । ୨୦୦୨ ମସିହାରେ ସେ “ବଧାଇ ହୋ ବଧାଇ’ ସନେମାକୁ ପ୍ରଯୋଜନା କରିଥିଲେ ଯେଉଁଥିରେ ସେ ନିଜେ ମଧ୍ୟ ଅଭିନୟ କରିଥିଲେ ।

୨୦୧୦ ମସିହାରେ ସିନେମା “ଆଏସା’ ମଧ୍ୟ ପ୍ରଯୋଜନା କରିଥିଲେ ଯେଉଁଥିରେ ମୁଖ୍ୟ ଭୂମିକାରେ ଅନିଲଙ୍କ ଝିଅ ସୋନମ କପୁର ନଜର ଆସିଥିଲେ । ରାମ୍ ଲଖନ୍ , ୱେଲକମ୍ , ୱେଲକମ୍ ବ୍ୟାକ୍ ଭଳି ସିନେମାରେ ଅନିଲ କପୁରଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।