ଦିଲ୍ଲୀର ନୂତନ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ଅନୀଲ୍ ବାଇଜଲ୍

26

କନକ ବ୍ୟୁରୋ : ପୂର୍ବତନ ଗୃହ ସଚିବ ଅନୀଲ୍ ବାଇଜଲ୍ ଦିଲ୍ଲୀର ନୂତନ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ବାଇଜଲଙ୍କ ନିଯୁକ୍ତି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନୀଲଙ୍କୁ ଦିଲ୍ଲୀର ୨୧ତମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ନଜୀବ ଜଙ୍ଗ୍ ଇସ୍ତଫା ଦେବା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଏହି ପଦ ଫାଙ୍କା ପଡିଥିଲା । ଜଙ୍ଗ ଡିସେମ୍ବର ୨୨ରେ ଅଚାନକ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ।

୭୦ ବର୍ଷିୟ ବାଇଜଲ ୧୯୬୯ ବ୍ୟାଚର ଆଇପିଏସ ଅଫିସର । ଅନୀଲ ବାଇଜଲ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗୃହ ସଚିବ ଦାୟିତ୍ୱ ତୁଳାଇ ଥିଲେ । ଅନୀଲ ମଧ୍ୟ ବିବେକାନନ୍ଦ ଇଂଟରନ୍ୟାସନାଲ ଫାଉଣ୍ଡେସନ ଥିଙ୍କ୍ ଟ୍ୟାଙ୍କର ଏକ୍ସକ୍ୟୁଟିଭ୍ ମେମ୍ବର ଅଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଅନୀଲଙ୍କୁ ଏହି ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ।