ରାଫେଲ୍ ଡିଲ୍ ପ୍ରସଙ୍ଗରେ ୫ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା : ନ୍ୟାସନାଲ ହେରାଲ୍ଡ ଅପପ୍ରଚାର କରୁଥିବା ଦର୍ଶାଇ ମାମଲା ରୁଜୁ କଲେ ଅନିଲ ଅମ୍ବାନୀ

69

କନକ ବ୍ୟୁରୋ : ରାଫେଲ୍ ଡିଲ୍ ମାମଲାରେ ୫ ହଜାର କୋଟି ଟଙ୍କାର ମାନମାନି ମକଦ୍ଦମା ରୁଜୁ କଲେ ଶିଳ୍ପପତି ଅନିଲ ଅମ୍ବାନୀ । ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ରାଫେଲ୍ ଡିଲରେ ତାଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିବାରୁ ଅନିଲ ଅମ୍ବାନୀ ଏହି ମାମଲା ରୁଜୁ କରିଛନ୍ତି । ନ୍ୟାସନାଲ ହେରାଲ୍ଡ ଲେଖା ଦ୍ୱାରା ରିଲାଏନ୍ସର ଛବି ଖରାପ କରିବାକୁ ଚେଷ୍ଟା କରୁଥିବା ଦର୍ଶାଇ ଅନିଲ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଡିଫେନ୍ସ, ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍ ଓ ରିଲାଏନ୍ସ ଏରୋଷ୍ଟ୍ରକଚର୍ ଦ୍ୱାରା ଏହି ମାମଲା ରୁଜୁ କରାଯାଇଛି ।

ପୂର୍ବରୁ ମଧ୍ୟ ଏହି ମାମଲାରେ ମୋଦି ସରକାର ରିଲାଏନ୍ସ ଜରିଆରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏପରିକି ନିର୍ବାଚନୀ ସଭାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ସମାଲୋଚନା କରିଥିଲେ ।