ସୁଟିଂକୁ ଫେରିଲେ ଜାହ୍ନବୀ । ‘ଇଂଲିଶ ଭିଂଲିଶ’ ସିନେମାରେ ଶ୍ରୀଦେବୀଙ୍କ ଶାଢୀ ପିନ୍ଧିଥିବା ଭଳି ଆସିଲେ ନଜର

51

ସୁଟିଂ ସେଟକୁ ଫେରିଲେ ଜାହ୍ନବୀ । ଶ୍ରୀଦେବୀଙ୍କ ଦେହାନ୍ତ ପରେ କିଛିଦିନ ହେଲା ସେ ସୁଟିଂ କରୁନଥିଲେ । ଏବେ ସେ ତାଙ୍କର ଅପକମିଂ ଫିଲ୍ମ ‘ଧଡ଼କ’ର ସୁଟିଂ ସେଟକୁ ଫେରିଛନ୍ତି ଜାହ୍ନବୀ କପୁର । ସୁଟିଂ ସେଟର ଏହି ଏକ୍ସକ୍ଲୁସିଭ ଫଟୋ ଏବେ ଲିକ୍ ହୋଇଛି । ଏହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି ।

ସୁଟିଂ ଫଟୋରେ ଜାହ୍ନବୀ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଜାହ୍ନବୀଙ୍କ ଏହି ଫଟୋ ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’ ଫିଲ୍ମ ଲୁକରେ ମିଶୁଥିବା ନେଇ ଚର୍ଚ୍ଚା ହୋଇଛି । ଧର୍ମା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହେଉଛି ଫିଲ୍ମ ‘ଧଡକ’ । ଫିଲ୍ମର ପ୍ରଯୋଜକ କରଣ ଜୋହର ବି ଚାହିଛନ୍ତି କି ଜାହ୍ନବୀ ସୁଟିଂ ସେଟରେ ବ୍ୟସ୍ତ ରୁହନ୍ତୁ । ଏହା ସହ କରଣ କହିଛନ୍ତିଯେ, ଜାହ୍ନବୀଙ୍କ ପାଇଁ ଏତେ ସହଜ ନୁହେଁ ସୁଟିଂରେ ବ୍ୟସ୍ତ ରହିବା । କିନ୍ତୁ ତାଙ୍କୁ ଆଶ୍ୱାସନା ଦେବା ନିହାତି ଦରକାର । ଫିଲ୍ମ ଜୁଲାଇ ୨୦ରେ ପରଦାକୁ ଆସିବ ।