ଅନୁଗୁଳ : ପାଲଲହଡ଼ା ଦେଓବାହାଳି ଗାଁଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ସାଜିଛି ଜଳ

34

କନକ ବ୍ୟୁରୋ : ସରକାରଙ୍କ ସ୍ୱପ୍ନ ଡ଼ିଜିଟାଲ ଇଣ୍ଡିଆ । ଏପଟେ ରାଜ୍ୟ ସରକାର ମଧ୍ୟ ଆଦିବାସୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ଲୋକଙ୍କୁ ପାଣି ଟୋପେ ପାଇଁ ବହୁ ଅସୁବିଧା ଭୋଗିବାକୁ ପଡୁଛି । ଗାଁରେ ଉତ୍କଟ ଜଳ ସମସ୍ୟା । ଲୋକଙ୍କୁ ମିଳୁନି ପର୍ଯ୍ୟାପ୍ତ ପରିମାଣର ଜଳ । ନଳକୂପ ଅଛି ହେଲେ ପାଣି ବାହାରୁନି । ଯେତେ ଜଳ ବାହାରୁଚି ତାହା ସମୁଦ୍ରକୁ ଶଙ୍ଖେ ପରି । ଏଥିପାଇଁ ଅସୁବିଧା ଭୋଗୁଛନ୍ତି ପାଲଲହଡ଼ା ଦେଓବାହାଳି ଗାଁଲୋକେ ।

ଗାଁରେ ପନ୍ଦର ଶହରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ପାଣି ଟୋପେ ପାଇଁ ନଳକୂପ ପାଖରେ ଠିଆ ହେବାକୁ ପଡୁଛି ଘଂଟା ଘଂଟା । ପାନୟ ଜଳ ସମସ୍ୟା ନେଇ ଅଭିଯୋଗ ପରେ ବି ପ୍ରଶାସନର ନିଦ ଭାଙ୍ଗିନୀ । ସେପଟେ ପଂଚାୟତରୁ କିଛି ଅଭିଯୋଗ ଆସିନି ଆସିଲେ ପଦକ୍ଷେପ ନେବୁ ବୋଲି କହିଛନ୍ତି ଜଳ ଯୋଗାଣ ପରିମଳ ବିଭାଗ । ଖରା ବଢିବା ସାଂଗକୁ ପାଣି ପାଣି ପାଇଁ ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ହାହା କାର ଦେଖାଦେଇଛି ।