ଅନୁଗୁଳ ମାଣତ୍ରୀ ପୋଲ ବସ୍ ଦୁର୍ଘଟଣା ଘଟଣା : ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଲା ୪ ଜଣିଆ ଟିମ୍

25

କନକ ବ୍ୟୁରୋ : ଅନୁଗୁଳ ମାଣତ୍ରୀ ପୋଲରୁ ବସ୍ ଖସିପଡି ଦୁର୍ଘଟଣା ଘଟଣାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦିଆଯାଇଛି । ଘଟଣାର ତଦନ୍ତ କରୁଥିବା ୪ ଜଣିଆ ଟିମ୍ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ରିପୋର୍ଟ ଜିଲ୍ଲପାଳଙ୍କୁ ପ୍ରଦାନ କରାଯାଇଛି ।

ଏହି ଘଟଣାକୁ ନେଇ ସେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଓ ଓଭର ଲୋଡିଂକୁ ଦାୟୀ କରିଛନ୍ତି । ଘଟଣା ତଦନ୍ତ ପାଇଁ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଆରଟିଓ, ଉପଜିଲ୍ଲାପାଳ ଓ ଏସଡିଏମଓ ସଦସ୍ୟ ଅଛନ୍ତି ।