ଆଇଓସିଏଲ୍ ପାଇପ ଲାଇନ କଣାକରି ତେଲ ଚୋରି କରୁଥିଲେ ଲୁଟେରା, ୧୨ଜଣଙ୍କୁ ଗିରଫ କଲା ପୁଲିସ୍

40

କନକ ବ୍ୟୁରୋ : ଆଇଓସିଏଲ୍ ପାଇପ ଲାଇନରୁ କଣାକରି କରୁଥିଲେ ତେଲ ଚୋରି । ଏହି ଚୋରି ତେଲ ଏକ ପେଟ୍ରୋଲ ପମ୍ପକୁ ଯୋଗାଇ ଦେଉଥିଲେ ତେଲ ଲୁଟେରା । ଅଭିଯୁକ୍ତମାନେ ପାଇପ୍ ଲାଇନ୍ରେ କଣା କରି ତେଲ ଚୋରି କରୁଥିଲେ । ପାଖାପାଖି ୪୯ହଜାର ଲିଟର ତେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାଷ୍ଟରମାଇଣ୍ଡ ମଥୁରାର ବିନିତ ଗୁପ୍ତାଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଛି ପୁଲିସ୍ । ଏହି ଘଟଣାରେ ୪ଲକ୍ଷ ଟଙ୍କା, ୫୬ହଜାର ଟଙ୍କା, ୨ଟି ଟ୍ୟାଙ୍କର ଓ କାର ଜବତ କରିଛି ପୁଲିସ୍ । ବିନିତଙ୍କ ବାପା ଜଣେ ଆଇଓସିଏଲର ଜଣେ କର୍ମଚାରୀ ବୋଲି କୁହାଯାଉଛି ।