ଅନୁଗୁଳ ଗୁରୁଜାଙ୍ଗ ଗାଁରେ ୩ଶିଶୁ ପୁତ୍ରଙ୍କୁ କୂଅରେ ଫିଙ୍ଗିବା ଘଟଣା : ଅଭିଯୁକ୍ତ ମା କୋର୍ଟ ଚାଲାଣ

23

ଅନୁଗୁଳ : ଅନୁଗୁଳ କିଶନନଗର ଥାନା ଗୁରୁଜାଙ୍ଗ ଗାଁରେ ୩ ଶିଶୁପୁତ୍ରଙ୍କୁ କୂଅକୁ ଫିଙ୍ଗିବା ଘଟଣା । ଅଭିଯୁକ୍ତ ମା’ଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ହଣ୍ଡପ ଥାନରେ ମାଆଙ୍କୁ ପଚରାଉଚରା କୋର୍ଟ ଚାଲାଣ କରାଯାଇଛି । ତେବେ ଘରୋଇ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କୂଅରୁ ଉଦ୍ଧାର ୩ ଶିଶୁଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିବା ପରେ ମାଆ ଫେରାର ହୋଇଯାଇଥିଲେ । ସଂପୃକ୍ତ ମହିଳାଙ୍କ ସ୍ୱାମୀ ମାସେ ତଳୁ ଜେଲରେ ଅଛନ୍ତି । ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ ଯାଇଥିବା ପୋଲିସ କହିଛି ।