ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ : ଅନୁଗୁଳରେ ବସ କଣ୍ଡକ୍ଟରଙ୍କୁ ନିଧୁର୍ମ ଛେଚିଲେ ଲୋକେ

21

କନକ ବ୍ୟୁରୋ : ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ । ବସ କଣ୍ଡକ୍ଟରଙ୍କୁ ନିର୍ଧୁମ ଛେଚିଲେ ଲୋକେ । ଘଟଣା ଘଟିଛି ଅନୁଗୁଳର କଣିହାଁରେ । ଗତକାଲି ସକାଳେ ତେଲିସିଂଗା ଗ୍ରାମର ଜଣେ ଛାତ୍ରୀ ଭୁବନେଶ୍ୱର ଅଭିମୁଖେ ନିଶା ବସରେ ଯାତ୍ରା କରୁଥିଲେ । ବସରେ ଥିବା କଣ୍ଡକ୍ଟର ଜଣଙ୍କ ଏହି ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଚାଲିଥିଲେ ।

ଛାତ୍ରୀ ଜଣଙ୍କ ଭୁବନେଶ୍ୱରରେ ପହଂଚିବା ପରେ ଘର ଲୋକଙ୍କୁ ଫୋନ କରି ପୂରା ଘଟଣା ସମ୍ପର୍କରେ ଜଣାଇଥିଲେ । ଘର ଲୋକ ଓ ଗ୍ରାମବାସୀ ଏହି ବସ୍ ର ଆସିବା ବାଟକୁ ରାସ୍ତାରେ ଅପେକ୍ଷା କରି ରହିଥିଲେ । ବସଟି ଏନଟିପିସି ଛକରେ ରହିବା ମାତ୍ରେ ବସର କଣ୍ଡକ୍ଟର ଓ ଗ୍ରାମବାସୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ତେବେ କଣ୍ଡକ୍ଟର ଜଣଙ୍କ ଦୋଷ ସ୍ୱିକାର ନକରିବାରୁ ତାଙ୍କୁ ପ୍ରବଳ ମାଡ ମାରିିଥିଲେ ଲୋକେ । ମାଡ ଖାଇବା ପରେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ ।