ଅନୁଗୁଳ : ବଇଣ୍ଡାରେ ଓଲଟିଲା ସରକାରୀ ବସ୍, ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ଓ ୪ ଗୁରୁତର

85

କନକ ବ୍ୟୁରୋ : ଅନୁଗୁଳ ବଇଣ୍ଡାରେ ଓଲଟି ପଡିଲା ସରକାରୀ ବସ୍ । ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ୪ଜଣ ଗୁରୁତର । ଭୁବନେଶ୍ୱରରୁ ବୌଦ୍ଧ ଜିଲ୍ଲାର କଂଟାମାଳ ଯାଉଥିବାବେଳେ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା ଲେବଲ କ୍ରସିଂ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ୍ ।

ଆହତଙ୍କ ମଧ୍ୟରୁ ୧୯ଜଣ ଯାତ୍ରୀଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡ୍ରାଇଭରକୁ ନିଦ ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କେତେକ ଯାତ୍ରୀ କହିଛନ୍ତି । ଆଉ କେତେକ ଯାତ୍ରୀ କହିଛନ୍ତି ଡ୍ରାଇଭର ମଦ ପିଇ ଗାଡି ଚଳାଇବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୁଲିସ ପହଁଛି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛି ।