ବୁଢିଆଣୀ, ଅସରପା ଓ ଝିଣ୍ଟିକା ଆଦି ଜୀବ ଖାଇବା ପାଇଁ ପସନ୍ଦ କରନ୍ତି ଲୋକପ୍ରିୟ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

60

ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଏବେ ତାଙ୍କର ଛୁଆଙ୍କ ସହ କାମ୍ବୋଡିଆରେ ଛୁଟି ମନାଉଛନ୍ତି । ନିକଟରେ ସେ ନିଜର ଟ୍ୱିଟର ଆକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ସେ ନନଭେଜର ସ୍ୱାଦ ନେଉଥିବାର ଦେଖା ଯାଇଛି । ନନଭେଜ ପ୍ଲେଟରେ ଚିକେନ, ମଟନ ନୁହଁ ବରଂ ପରଷା ଯାଇଥିଲା ବୁଢିଆଣୀ, ଅସରପା ଆଦି ଜୀବ । ଏହି ଭିଡଓରେ ସେ ନିଜ ଛୁଆଙ୍କୁ ଶିଖାଉଛନ୍ତି କିପରି ଏହାକୁ ଖାଇବେ । ଏହାସହ ଏସବୁକୁ କିପରି ତିଆର କରାଯାଏ ତାହା ମଧ୍ୟ ଶିଖାଉଛନ୍ତି । କେବଳ ଏତିକି ନୁହଁ ଆଞ୍ଜେଲିନାଙ୍କ ଛୁଆମାନେ ମଧ୍ୟ ବୁଢୀଆଣି, ଅସରପା ଆଦି ଜୀବ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି ।